ନୂତନ କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ କଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ଆଜି ନୀଳଗିରି ନିର୍ବାଚନ ମଣ୍ଡଳୀର ଧୋବଶିଳା ଗ୍ରାମ ପଞ୍ଚାୟତ ପରିସରରେ ଏକ ନୂତନ କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ ହେବା ସହ ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଶତାଧିକ ମହିଳାଙ୍କୁ ଶତାଧିକ ସିଲାଇ ମେସିନ ପୂର୍ବରୁ ପ୍ରଦାନ କରାଯାଇ ପ୍ରଶିକ୍ଷିତ କରାଯାଇଥିଲା.ଆଜି ସେହି ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ ଓ ରୋଜଗାର କ୍ଷମ କରିବା ପାଇଁ ଏକ ସିଲେଇ ପ୍ରଡ଼କ୍ସନ ୟୁନିଟର ଶୁଭ ଉଦଘାଟନ ହୋଇଅଛି..ଏହି ଶୁଭ ଉଦଘାଟନ ଉତ୍ସବରେ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ,ବାଲେଶ୍ୱର ଜିଲ୍ଲାପାଳ,ନୀଳଗିରି ଉପଜିଲ୍ଲାପାଳ, ନୀଳଗିରି ବିଡ଼ିଓ,ବ୍ଲକ ଚେୟାରମ୍ୟାନ ଶୁଭଲକ୍ଷ୍ମୀ ମାଝୀ,ଜିଲ୍ଲା ପରିଷଦ ସଦସ୍ୟ ଗତିକୃଷ୍ଣ ନନ୍ଦ,ଜିଲ୍ଲା ପରିଷଦ ସଭ୍ୟା ଉଷାରାଣୀ ରାଉଳ,ରଂଜିତା ସିଂ,ସୁବର୍ଣ୍ଣ ମଞ୍ଜରୀ ସିଂ,ଧୋବଶିଳା ସରପଞ୍ଚ ଦିଲ୍ଲୀପ ସିଂ,ସମିତି ସଭ୍ୟ ପାଗୁଲୁ ସିଂ ଉପସ୍ଥିତ ରହିଥିଲେ.
ଏହି ନବ ନିର୍ମିତ କଲ୍ୟାଣ ମଣ୍ଡପରେ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ କରିବା ପାଇଁ ସୁମେଣ୍ଟର ପ୍ରୋ ସଂସ୍ଥା ଦ୍ୱାରା ୫୦ ଟି ଅତ୍ୟାଧୁନିକ ସିଲେଇ ମେସିନ ପ୍ରଦାନ କରାଯାଇଅଛି.ଏଠାରେ ମହିଳା ମାନେ ସିଲେଇ ପ୍ରଶିକ୍ଷଣ ନେବା ସହିତ ସିଲେଇ କାର୍ଯ୍ୟ କରି ରୋଜଗାରକ୍ଷମ ହୋଇପାରିବେ.ଏଠାରେ ମହିଳା ମାନେ ବିଭିନ୍ନ ପ୍ରକାର ବସ୍ତ୍ର ତିଆରି କରି ବାହାର ପ୍ରଦେଶ ର ବଜାର କୁ ସୁମେଣ୍ଟର ପ୍ରୋ ସଂସ୍ଥା ଦ୍ୱାରା ବିକ୍ରୟ କରିପାରିବେ..ଏହି କେନ୍ଦ୍ର ଦ୍ୱାରା ମହିଳା ମାନେ ନିଶ୍ଚିତ ଭାବେ ଲକ୍ଷ୍ୟପତି ଦିଦି ହୋଇପାରିବେ ବୋଲି ମାନ୍ୟବର ସାଂସଦ ଦୃଢୋକ୍ତି ପ୍ରକାଶ କରିବା ସହ ଆଗାମୀ ଦିନରେ ଏହି ଭଳି ବାଲେଶ୍ୱର ଜିଲ୍ଲାରେ ପ୍ରଶାସନର ସହଯୋଗ ନେଇ ଅନେକ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଏବଂ ପ୍ରଡ଼କ୍ସନ ୟୁନିଟ ଖୋଲିବା ପାଇଁ ଯୋଜନା ରଖିଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି.ମାନ୍ୟବର ବିଧାୟକ ମହିଳା ମାନଙ୍କ ପାଇଁ ହୋଇଥିବା ଏହି ଭଳି ସୁନ୍ଦର ପଦକ୍ଷେପକୁ ପ୍ରଶଂସା କରିଛନ୍ତି.ଆଜିର କାର୍ଯ୍ୟକ୍ରମ ରେ ନିବେଦିତା ପଣ୍ଡା,ଅନିତା ନାୟକ,ବାଣିଶ୍ରୀ ବେହେରା ସିଲେଇ ପ୍ରଶିକ୍ଷଣ ଦ୍ୱାରା ସେମାନେ କିଭଳି ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ ହୋଇ ପାରିଛନ୍ତି ନିଜର ଅନୁଭୂତିକୁ ବର୍ଣନା କରିଥିଲେ.ମାନ୍ୟବର ସାଂସଦଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ ଗଢି ଉଠିଥବା ଏହି କେନ୍ଦ୍ର ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମୀ କରିବ.ଏଥି ପାଇଁ ଅଞ୍ଚଳବାସୀ ମାନ୍ୟବର ସାଂସଦ ଙ୍କୁ ପ୍ରଶଂସା କରିଛନ୍ତି..

Leave a Reply

Your email address will not be published. Required fields are marked *