୪ ମାସ ମଧ୍ୟରେ ରାଜ୍ୟରେ ମହିଳା ବିରୋଧୀ ହିଂସାର ୩୭,୦୦୦ ରୁ ଅଧିକ ମାମଲା ପଞ୍ଜିକୃତ- ମୁଖ୍ୟମନ୍ତ୍ରୀ

ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ଦ୍ବାରା ପଚରା ଯାଇତିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି ଯେ, ଗତ ୧୪ ମାସ ମଧ୍ୟରେ ରାଜ୍ୟରେ ମହିଳା ବିରୋଧୀ ହିଂସାର ୩୭,୦୦୦ ରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି।ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ ଅନୁସାରେ ପଞ୍ଜିକୃତ ହୋଇଥିବା ମାମଲା ମଧ୍ୟରୁ ୯,୧୮୧ଟି ଅଶାଳୀନ ଆଚରଣ ମାମଲା ରହିଛି।ସେହିପରି ୨,୯୩୩ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ୧,୨୭୮ଟି ମାମଲା ଯୌନ ନିର୍ଯାତନା ସହିତ ଜଡିତ। ୫,୪୬୪ଟି ଯୌତୁକ ସମ୍ବନ୍ଧୀୟ ନିର୍ଯାତନା ମାମଲା ରିପୋର୍ଟ ହୋଇଛି।

Leave a Reply

Your email address will not be published. Required fields are marked *