AI ବୁଦ୍ଧିମତ୍ତାରେ ଦୌଡ଼ିବ ମୋହନ ସରକାର,ସବୁ ବିଭାଗକୁ ଚିଠି ଲେଖିଛି ସାଧାରଣ ପ୍ରଶାସନ

ଏଣିକି AI (Artificial intelligence) ବା କୃତ୍ରିମ ବୁଦ୍ଧିମତ୍ତାରେ ଦୌଡ଼ିବ ମୋହନ ସରକାର। ପ୍ରଶାସନିକ ଦକ୍ଷତା ବୃଦ୍ଧି ଲକ୍ଷ୍ୟ ନେଇ AI ଉପକରଣ ପାଇଁ ସବୁ ବିଭାଗକୁ ଚିଠି ଲେଖିଛି ସାଧାରଣ ପ୍ରଶାସନ ବିଭାଗ। ପ୍ରଶାସନିକ ସଂସ୍କାର ଏବଂ ସୁଶାସନ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଗୁରୁତ୍ୱ ଦିଆଯାଇଛି।

ଦୈନନ୍ଦିନ ସରକାରୀ କାର୍ଯ୍ୟରେ AI ଉପକରଣ ବ୍ୟବହାର ଅତ୍ୟନ୍ତ ଜରୁରୀ ବୋଲି ବିଭାଗ କହିଛି। Al ଗ୍ରହଣ କାର୍ଯ୍ୟପ୍ରଣାଳୀକୁ ସୁଗମ, ତଥ୍ୟ-ଚାଳିତ ନିଷ୍ପତ୍ତି ଗ୍ରହଣକୁ ବୃଦ୍ଧି କରିବ। ଯାହା ଦ୍ବାରା ପ୍ରଶାସନିକ ଚ୍ୟାଲେଞ୍ଜଗୁଡ଼ିକୁ ସହଜରେ ମୁକାବିଲା କରିପାରିବେ କର୍ମଚାରୀ। ଏଥିପାଇଁ ଗୋଟିଏ AI ଉପକରଣ କ୍ରୟ କରିବାକୁ ଅଧିକାର ଦିଆଯାଇଛି। AI ଉପକରଣ ବ୍ୟବହାର ସମୟରେ ବାହ୍ୟ ପ୍ଲାଟଫର୍ମରେ ଗୁପ୍ତ କିମ୍ବା ଗୋପନୀୟ ଡକ୍ୟୁମେଣ୍ଟ ସାମଗ୍ରୀ ଅପଲୋଡ୍‌ କରାଯିବ ନାହିଁ।

Leave a Reply

Your email address will not be published. Required fields are marked *