ଆଜି ଭୁବନେଶ୍ୱର ରେ ଥିବା ଲିଙ୍ଗରାଜ ମନ୍ଦିର ନିକଟ ଜମେଶ୍ୱର ପାଟଣା ସାହିରେ ମା ବାଟ ମଙ୍ଗଳା ପୂଜା ମହା ଧୁମ ଧାମରେ ପାଳିତ ହୋଇଯାଇଛି, ମାଙ୍କର ପୂଜା ବର୍ଷ କେ ବାର ମାସରୁ ଚୈତ୍ର ମାସରେ ପୂଜା ପଡିଥାଏ, ଏହି ପୂଜା କରିବାର ଵିଧି କି ଚୈତ୍ର ମାସର ପ୍ରତି ମଙ୍ଗଳ ବାର ରେ ମା ଙ୍କ ପୂଜା ପ୍ରାରମ୍ଭ ରୁ ମା ଙ୍କ ପାଖରେ ନଡ଼ିଆ ଆଉ ଗୁଆ ମାନସିକ ଭାବରେ ରଖି ଶଙ୍ଖା ଚୁଡ଼ିସିନ୍ଦୁର ବ୍ରତ ମା ଙ୍କୁ ଅର୍ପଣ କରାଯାଇ ଥାଏ, ପୂଜାରେ ମା ପ୍ରିୟ ଫୁଲ ମନ୍ଦାର ଗେଣ୍ଡୁ ମଧ୍ୟ୍ୟ ମା ଙ୍କୁ ଦିଆ ଯାଇଥାଏ, ତା ସହିତ ମଙ୍ଗଳା ମା ଙ୍କ ଅତିପ୍ରିୟ ପଣା ନଡ଼ିଆ କଦଳୀ କାକୁଡି ସେଓ ଆଦି ବିଭିନ୍ନ ପ୍ରକାର ଫଳ ରେ ପ୍ରସ୍ତୁତି ପଣା ମା ଙ୍କୁ ଅର୍ପଣ କରାଯାଏ, କେଉଁ ବର୍ଷ ମଙ୍ଗଳା ମା ଙ୍କ ପୂଜା ଚୈତ୍ର ମାସ ରେ ଚାରି ପାଳି ତ ଆଉ କେଉଁ ମାସ ରେ ପାଞ୍ଚ ପାଳି ପୂଜା ପଡିଥାଏ, ମାଙ୍କ ପୂଜା ଶେଷରେ ମହିଳା ମାନେ ମା ଙ୍କ ପଣା ପାଦୁକା ପାଇ ବ୍ରତ କରନ୍ତି ଆଉ କେତେକ ମହିଳା ମା ଙ୍କୁବିଭିନ୍ନ ମାନସିକ କରି କାଷ୍ଟା କରିଥାନ୍ତି,ଚୈତ୍ର ମାସ ଶେଷରେ ଶେଷ ମଙ୍ଗଳ ବାର ଦିନ ପୂଜା ଦିନ ଟିକେ ଭିନ୍ନ ପ୍ରକାର ହୋଇଥାଏ କି ସେ ଦିନ ଯିଏ ଯାହା ମାନସିକ କରିଥାଏ ପିଠା ପଣା ବଡ଼ ଆକାରରେ କରି ଭୋଗ ବଣ୍ଟନ କରିଥାନ୍ତି,








