ମାତାପିତା ହେବେ କଟ୍ରିନା କୈଫ୍ ଏବଂ ବିକି କୌଶଲ

ମାତାପିତା ହେବେ ବଲିଉଡ୍ ଅଭିନେତ୍ରୀ କଟ୍ରିନା କୈଫ୍ ଏବଂ ଅଭିନେତା ବିକି କୌଶଲ। ଦୁହେଁ ଅସନ୍ତା ମାସରେ ନିଜର ପ୍ରଥମ ସନ୍ତାନକୁ ସ୍ବାଗତ କରିବେ ବୋଲି ଚର୍ଚ୍ଚା ହେଉଛି। କଟ୍ରିନା ଏବେ ଗର୍ଭବତୀ ଅଛନ୍ତି ଏବଂ ବିବାହର ୪ବର୍ଷ ପରେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି ବୋଲି କୁହାଯାଉଛି। ବିକି ଏବଂ କ୍ୟାଟ୍ରିନା ଆସନ୍ତା ମାସରେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିପାରନ୍ତି।

ପୂର୍ବରୁ, ଯେତେବେଳେ କଟ୍ରିନା କୈଫଙ୍କ ଗର୍ଭବତୀ ହେବାର ଗୁଜବ ପ୍ରକାଶ ପାଇଥିଲା, ବିକି କୌଶଲ କହିଥିଲେ ଯେ, ଏହି ଖବରରେ କୌଣସି ସତ୍ୟତା ନାହିଁ। ତାଙ୍କ ଫିଲ୍ମ ‘ବ୍ୟାଡ୍ ନ୍ୟୁଜ୍’ର ଟ୍ରେଲର ଲଞ୍ଚ ସମୟରେ ବିକି କୌଶଲ କହିଥିଲେ, ‘ଖୁସି ଖବର କଥା କହିବାକୁ ଗଲେ, ଆମେ ଏହାକୁ ନିଶ୍ଚିତ ଭାବେ ଆପଣଙ୍କ ସହିତ ସେୟାର କରିବୁ। କିନ୍ତୁ ବର୍ତ୍ତମାନ ଏହି ଖବରରେ କୌଣସି ସତ୍ୟତା ନାହିଁ। ଏବେ ‘ବ୍ୟାଡ୍ ନ୍ୟୁଜ୍’ର ମଜା ନିଅନ୍ତୁ। ଯେତେବେଳେ ଭଲ ଖବର ଆସିବ, ଆମେ ନିଶ୍ଚିତ ଭାବରେ ଏହାକୁ ଆପଣଙ୍କ ସହିତ ସେୟାର କରିବୁ।’

ଉଲ୍ଲେଖଯୋଗ୍ୟ, କଟ୍ରିନା କୈଫ୍ ଏବଂ ବିକି କୌଶଲ ୨୦୨୧ ମସିହାରେ ରାଜସ୍ଥାନରେ ବିବାହ କରିଥିଲେ। କେବଳ ପରିବାର ଏବଂ ଘନିଷ୍ଠ ସମ୍ପର୍କୀୟମାନେ ସେମାନଙ୍କ ବିବାହରେ ଯୋଗ ଦେଇଥିଲେ। ଏହି ଦମ୍ପତି ଇନଷ୍ଟାଗ୍ରାମରେ ସେମାନଙ୍କର ବିବାହ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ବିବାହର ଖବର ଦେଇଥିଲେ। ବର୍ତ୍ତମାନ ପ୍ରଶଂସକମାନେ ଦମ୍ପତିଙ୍କ ଗର୍ଭଧାରଣକୁ ନେଇ ଉତ୍ସାହିତ।

Leave a Reply

Your email address will not be published. Required fields are marked *