ବ୍ରାହ୍ମଣ ଜାତି ତେଲ ବିକି ପାଉଛନ୍ତି ଲାଭ, ଏମିତି କହିଲେ ଟ୍ରମ୍ପଙ୍କ ବାଣିଜ୍ୟ ପରାମର୍ଶଦାତା

ବ୍ରାହ୍ମଣଙ୍କୁ କଲେ ଟାର୍ଗେଟ  ।  ପିଟର ନାଭାରୋ କହିଲେ ଭାରତୀୟ ବ୍ରାହ୍ମଣମାନେ ରୁଷ ତେଲ କିଣି ଲାଭ  କମାଉଛନ୍ତି । ଟ୍ରମ୍ପଙ୍କ ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ଭାରତ ବିରୋଧୀ ମନ୍ତବ୍ୟ ଦେଇଛନ୍ତି । ମୋଦି ଚୀନରେ ପୁଟିନଙ୍କୁ ଭେଟିବା ଏବଂ ସି ଜିନପିଙ୍ଗକୁ ଭେଟିବାକୁ ସେ ସହିପାରନାହାଁନ୍ତି ।

ଏବେ ଆମେରିକା କଣ କରିବ କିଛି ଭାବି ପାରୁନାହିଁ ।  ସେ କଣ କହୁଛନ୍ତି ତାହା ନିଜେ ବି ଜାଣନ୍ତି ନାହିଁ । ଏବେ କହିଛନ୍ତି  ଭାରତୀୟ ବ୍ରାହ୍ମଣମାନେ ରୁଷ ତେଲ କିଣି ଲାଭ  କମାଉଛନ୍ତି । ତାଙ୍କୁ ବୋଧେ ଜଣାନାହିଁ ଭାରତରେ ଜାତି ଦେଖି ଡିଲର ଦିଆଯାଏନାହିଁ । ସେ କହିଛନ୍ତି ଯେ ଭାରତୀୟ ବ୍ରାହ୍ମଣମାନେ ରୁଷୀୟ ତେଲରୁ ଲାଭ ପାଉଛନ୍ତି, ଯାହାର ମୂଲ୍ୟ ସମଗ୍ର ଭାରତ ଦେଉଛି। ଏପରି କହିବାର କାରଣ ସେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ରାଜନୀତିରେ ନିଆଁ ଢ଼ାଳିବାକୁ ଚାହୁଁଛନ୍ତି ।

ନାଭାରୋ ଭାରତକୁ ‘ରୁଷିଆ’ର ୱାସିଂ ମେସିନ୍’ ବୋଲି କହିଥିଲେ ଏବଂ ଅଭିଯୋଗ କରିଥିଲେ ଯେ ଭାରତ କେବଳ ବାଣିଜ୍ୟ ଅସନ୍ତୁଳନ ବୃଦ୍ଧି କରୁନାହିଁ, ବରଂ ଏପରି ମେଣ୍ଟକୁ ମଧ୍ୟ ମଜବୁତ କରୁଛି, ଯାହା ଆମେରିକାର ସ୍ୱାର୍ଥ ବିରୁଦ୍ଧରେ। ନାଭାରୋ ୟୁକ୍ରେନ ଯୁଦ୍ଧକୁ ‘ମୋଦୀ ଯୁଦ୍ଧ’ ବୋଲି କହିଥିଲେ । ପୂର୍ବରୁ ମଧ୍ୟ ନାଭାରୋ  ଏକ ଟିଭିକୁ ଏକ ସାକ୍ଷାତକାରରେ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ମୋଦୀଙ୍କ ଯୁଦ୍ଧ ବୋଲି କହିଥିଲେ। ସେ କହିଥିଲେ ଯେ ଭାରତ ରୁଷିଆରୁ ଶସ୍ତା ତେଲ କିଣେ, ଏହାକୁ ବିଶୋଧନ କରେ ଏବଂ ଅଧିକ ମୂଲ୍ୟରେ ବିକ୍ରୟ କରେ।

ଏହା ରୁଷିଆକୁ ଯୁଦ୍ଧ ପାଇଁ ଟଙ୍କା ଦିଏ ଏବଂ ଏହା ୟୁକ୍ରେନ ଉପରେ ଆକ୍ରମଣ କରେ। ନାଭାରୋ ଚେତାବନୀ ଦେଇଥିଲେ ଯେ ରୁଷ ଏବଂ ଚୀନ୍ ସହିତ ଭାରତର ବଢ଼ୁଥିବା ସମ୍ପର୍କ ବିଶ୍ୱ ପାଇଁ ବିପଦ ହୋଇପାରେ। ସେ କହିଥିଲେ – ଭାରତ, ତୁମେ ଏକଛତ୍ରବାଦୀଙ୍କୁ ଭେଟିଛ। ଚୀନ୍ ଅକ୍ସାଇ ଚୀନ୍ ଏବଂ ତୁମର ଅନେକ ଅଞ୍ଚଳ ଦଖଲ କରିଛି। ଏବଂ ରୁଷ? ଏହାକୁ ଛାଡିଦିଅ। ସେମାନେ ତୁମର ବନ୍ଧୁ ନୁହଁନ୍ତି।

ନାଭାରୋ କହିଛନ୍ତି ଯେ ଭାରତ ରୁଷିଆରୁ ତେଲ କିଣୁଛି ଏବଂ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ଏହାକୁ ଦେଉଛି। ସେଥିପାଇଁ ଏହା ସର୍ବାଧିକ ଶୁଳ୍କ ବହନ କରୁଛି। ଏହା ଦ୍ୱାରା ରୁଷିଆ ଏବଂ ଆମେରିକା କ୍ଷତିଗ୍ରସ୍ତ ହେଉନାହିଁ, ବରଂ ସାଧାରଣ ଭାରତୀୟମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ସେମାନଙ୍କୁ ଏହା ବୁଝିବା ଉଚିତ।

Leave a Reply

Your email address will not be published. Required fields are marked *