୨୦୨୪ ମସିହାରେ ଲଗାତାର ତୃତୀୟ ଥର ପାଇଁ ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ୨୦୧୪ ମସିହାରେ ସେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ଏହାପୂର୍ବରୁ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ସେ ୨୦୦୧ ରୁ ୨୦୧୪ ପର୍ଯ୍ୟନ୍ତ ପ୍ରାୟ ୧୩ ବର୍ଷ ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ତା’ପରେ ସେ ୨୦୧୪ ରୁ ଏ ପର୍ଯ୍ୟନ୍ତ ପ୍ରାୟ ୧୧ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଅଛନ୍ତି । ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀ ରହିବା ସତ୍ତ୍ୱେ, ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ବହୁତ କମ୍ । ମୋଦୀଙ୍କ ସମ୍ପତ୍ତିକୁ ନେଇ ସାରା ବିଶ୍ବରେ ଚର୍ଚା ଲାଗି ରହିଛି ।
ନଗଦ: ୫୨,୯୨୦ ଟଙ୍କା
ଏସବିଆଇରେ ଏଫଡି ଏବଂ ସୁଧ: ୨.୮୫ କୋଟି ଟଙ୍କା
ଏସବିଆଇରେ ଜମା: ୮୦,୩୦୪ ଟଙ୍କା
ଜାତୀୟ ସଞ୍ଚୟ ପ୍ରମାଣପତ୍ର (ସୁଧ ସହିତ): ୯.୧୨ ଲକ୍ଷ ଟଙ୍କା
ଅଳଙ୍କାର (ସୁନା ମୁଦି): ୨.୬୭ ଲକ୍ଷ ଟଙ୍କା
ଦାବି/ସୁଧ ଭଳି ଅନ୍ୟାନ୍ୟ ସମ୍ପତ୍ତିର ମୂଲ୍ୟ: ୩.୩୩ ଲକ୍ଷ ଟଙ୍କା
ମୋଦୀଙ୍କ ପାଖରେ କଣ ନାହିଁ?
ଆବାସିକ କୋଠା
ବାଣିଜ୍ୟିକ କୋଠା
କୃଷି ଜମି
ଅଣଚାଷ ଜମି
ଫ୍ଲାଟ୍
ଘର
ବୀମା ପଲିସି
କୌଣସି ଯାନବାହନ
କୌଣସି ଋଣ









