ମୋଦି ଓ ତାଙ୍କ ମାଙ୍କ ଏଆଇ ଭିଡିଓ ହଟାଇବାକୁ ଆଦେଶ ଦେଲେ ହାଇକୋର୍ଟ

 

ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ପି.ବି ବାଞ୍ଜତରିଙ୍କ ଖଣ୍ଡପୀଠ ବଡ଼ ରାୟ ଶୁଣାଇଛନ୍ତି । କୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସ୍ବର୍ଗତ ମା’ ହୀରାବେନ ଏଆଇ ଭିଡିଓ ହଟାଓ ।  ମୋଦୀଙ୍କୁ ଅପମାନ କରାଯାଇ ପୋଷ୍ଟ କରାଯାଇଥିବା ଭିଡିଓକୁ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ତୁରନ୍ତ ହଟାଯିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି ।

ସେପ୍ଟେମ୍ବର ୧୦ତାରିଖରେ ବିହାର କଂଗ୍ରେସର ଅଧିକାରିକ ଏକ୍ସ ହ୍ୟାଣ୍ଡେଲରେ ମୋଦିଙ୍କ ସ୍ବପ୍ନରେ ତାଙ୍କ ମା’ ଆସିଥିବାର ଏକ ଏଆଇ ଆଧାରିତ ଚିତ୍ର ଚିତ୍ରଣ  କରାଯାଇଥିଲା। ଏହି ପୋଷ୍ଟକୁ ନେଇ ବିଜେପି ନିଜର ଅଭିଯୋଗରେ କହିଥିଲା, ‘ଏହି ଭିଡିଓ ମୋଦିଙ୍କ ଛବିକୁ ଖରାପ କରିବା ସହିତ ମହିଳାଙ୍କ ଗରିମାର ଉଲଂଘନ କରାଯାଇଛି।’

ଦିଲ୍ଲୀ ପୁଲିସ ସେପ୍ଟେମ୍ବର ୧୩ ତାରିଖରେ ବିଜେପି କର୍ମକର୍ତ୍ତାଙ୍କ ଅଭିଯୋଗକୁ କେନ୍ଦ୍ର କରି ମାମଲା ରୁଜୁ କରିଥିଲା। ଯେଉଁଥିରେ ଭାରତୀୟ ନ୍ୟାୟ ସଂହିତାର ଅନେକ ଧାରା ଆଧାରରେ କଂଗ୍ରେସ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଦାବି କରାଯାଇଥିଲା। ଅଭିଯୋଗରେ ମୋଦି ଓ ତାଙ୍କ ମା’ଙ୍କ ଛବି ଖରାପ କରାଯାଇଥିବା ନେଇ ଦାବି କରାଯାଇଥିଲା।

ଏହି ଭିଡିଓକୁ ନେଇ କଂଗ୍ରେସର ମିଡିଆ ମୁଖ୍ୟ ପବନ ଖେଡ଼ା ସଫେଇ ଦେଇ କହିଛନ୍ତି, ‘ଏହି ଭିଡିଓ କୌଣସି ବ୍ୟକ୍ତିଙ୍କୁ ଅପମାନ କରିବା ଉଦ୍ଦେଶ୍ୟରେ ପୋଷ୍ଟ କରାଯାଇନାହିଁ। ଯଦି ମୋଦିଙ୍କୁ ଏହା ଅପମାନ ଲାଗୁଛି ତେବେ ଏହା ତାଙ୍କର ସମସ୍ୟା।’

Leave a Reply

Your email address will not be published. Required fields are marked *