ଏପ୍ରିଲ ୧୬ରୁ   ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଜନଗଣନା

ଏପ୍ରିଲ ୧୬ରୁ   ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଜନଗଣନା। ଏପ୍ରିଲ ୧୬ରୁ ମେ ୧୫ ଯାଏଁ ଚାଲିବ ଜନଗଣନା। ୩୦ ଦିନ ଧରି ପ୍ରଥମ ପର୍ୟ୍ୟାୟରେ ଘର ଗଣନା କରାଯିବ। ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ ବିପର୍ଯ୍ୟୟରେ ଘର ଏବଂ ଆସବାପାତ୍ର ଗଣନା ହେବ। ଦ୍ଵିତୀୟ ପର୍ୟ୍ୟାୟରେ ଘରକୁ ଘର ହେବ ଜନ ଗଣନା। ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ।

ଏହା ପୂର୍ବରୁ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଉନ୍ନୟନ କମିଶନର। ଲୋକସେବା ଭବନରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକରେ ତାରିଖ ଧର୍ୟ୍ୟ ହୋଇଥିଲା। ରାଜ୍ୟରେ ଜନଗଣନା ପାଇଁ ୬ମାସ ଧରି ପ୍ରସ୍ତୁତି ଚାଲିଥିଲା। ଭୁବନେଶ୍ୱର କଟକରେ ପ୍ରି-ଟେଷ୍ଟ ସରିଛି।

ଆସନ୍ତା ୩ ମାସ ଧରି ଜନଗଣନା ଅଧିକାରୀଙ୍କୁ ଦିଆଯିବ ଟ୍ରେନିଂ। ୨୦୦ ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତ ହେବେ। ୬ ଜଣ ଅଧିକାରୀଙ୍କ ପାଇଁ ଜଣେ ସୁପ୍ରଭାଇଜର ନିଯୁକ୍ତ ହେବେ। ପ୍ରାୟ ଲକ୍ଷେ ଜନଗଣନା ଅଧିକାରୀ ନିଯୁକ୍ତ କରାଯିବ। ଜଣେ ଜନଗଣନା ଅଧିକାରୀଙ୍କୁ ୨୫ ହଜାର ଆର୍ଥିକ ପ୍ରୋତ୍ସାହନ ଦିଆଯିବ। ଏପ୍ରିଲ୧୬ ରୁ ମେ ୧୫ ଭିତରେ ପ୍ରଥମ ଫେଜରେ ଘର ମାର୍କ ହେବ। ୨୦୨୭ ଫେବ୍ରୁଆରିରୁ ଦ୍ଵିତୀୟ ପର୍ୟ୍ୟାୟରେ ଜନ ଗଣନା ହେବ।

Leave a Reply

Your email address will not be published. Required fields are marked *