କାଲି ଠୁ ୧୫ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବନି ଚାଉଳ

ସରକାର ଦେଇଥିବା କଂଟ ସରିଗଲା । ଯେଉଁମାନେ ଇ-କେୱାଇସି ଅପଡେଟ୍ କରିନାହାନ୍ତି ସେମାନଙ୍କୁ ଆଉ ମିଳିବନି ରାସନ ଚାଉଳ। ଅର୍ଥାତ୍ ଆସନ୍ତାକାଲି ଠାରୁ ଏସବୁ ହିତାଧିକାରୀଙ୍କ ରାସନ୍ କାର୍ଡ ବି ଅଚଳ ହୋଇଯିବ । କାହିଁକି ଲକ୍ଷ ଲକ୍ଷ ଇ-କେୱାଇସି ଅପଡେଟ୍ ହୋଇପାରିଲା ନାହିଁ, ଗ୍ରାଉଣ୍ଡରେ ସ୍ଥିତି ପରଖିଛି କନକ ନ୍ୟୁଜ୍‌ ।ମାଗଣା ଚାଉଳ ବଣ୍ଟନ ପ୍ରକ୍ରିୟାରେ ସ୍ବଛତା ଆଣିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ଇ-କେୱାଇସି ଅପଡେଟର ଆଜି ଶେଷ ତାରିଖ। ମିଳିଥିବା ତଥ୍ୟ ଅନୁସାରେ, ଏପର୍ଯ୍ୟନ୍ତ  ୧୫ଲକ୍ଷରୁ ଅଧିକ ହିତାଧିକାରୀ ସେମାନଙ୍କ ଇ-କେୱାଇସି ଅପଡେଟ୍ କରିନାହାନ୍ତି । ସରକାରଙ୍କ ଘୋଷଣା ଅନୁସାରେ, ଯେଉଁମାନେ ଇ-କେୱାଇସି ଅପଡେଟ୍ କରିନଥିବେ, ସେମାନଙ୍କୁ କାଲିଠୁ ଆଉ ମିଳିବନି ରାସନ ଚାଉଳ ।ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧ଲକ୍ଷ ୫୦ ହଜାରରୁ ଅଧିକ ଲୋକ ରାସନକାର୍ଡ ଅପଡେଟ୍ କରିନାହାନ୍ତି । ଏତେ ସଂଖ୍ୟାରେ ହିତାଧିକାରୀ କାହିଁକି ଇ-କେୱାଇସି ଅପଡେଟ୍ କରିନାହାନ୍ତି । ଜଣାପଡିଛି, ଅନେକ ହିତାଧିକାରୀ ପେଟ ପାଇଁ ଦାଦନ ଖଟିବାକୁ ଯାଇଛନ୍ତି ଅନ୍ୟ ରାଜ୍ୟକୁ। ଏଣୁ ଅପଡେଟ୍‌ କରିପାରିନାହାନ୍ତି କେଓ୍ବାଇସି । ଇ-କେୱାଇସି ଅପଡେଟର ଉଦ୍ଦେଶ୍ୟ ଭଲ ହୋଇଥିଲେ ବି ଅନେକ ସମସ୍ୟା ରହିଛି  । ସେହି ସବୁ ସମସ୍ୟା ଯୋଗୁଁ ବହୁ ଯୋଗ୍ୟ ହିତାଧିକାରୀ ରାସନ ସୁବିଧା ପାଇବାରୁ ବଂଚିତ ହୋଇଥିବା କୁହାଯାଉଛି ।  ସରକାର ରାସନ ଚାଉଳ ବନ୍ଦ କରିବା ପୂର୍ବରୁ ଇ-କେୱାଇସି ଅପଡେଟ୍ ପାଇଁ ଥିବା ସମସ୍ୟା ଦୂର ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *