ବିଷୟ ଉପସ୍ଥାପନ,  କଥା କହିବା ଏ ଗୃହ ମତେ ସବୁ ଶିଖେଇଛି – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜୟ ଜଗନ୍ନାଥରୁ ନିଜ ଅଭିଭାଷଣ ଆରମ୍ଭ କଲେ ରାଷ୍ଟ୍ରପତି । “ମୋତେ ଆଜି home coming ଭଳି ଲାଗୁଛି ବୋଲି କହିଲେ । ଦେଶର ଏକାଧିକ ବିଧାନସଭା କୁ ସମ୍ବୋଧନ କରିବାର ସୁଯୋଗ ପାଇଚି । ଓଡିଶା କିନ୍ତୁ ଅନନ୍ୟ । ଗାଆଁ ରୁ ଆସିଥିଲି ସାଧାରଣ ଝିଅ ହୋଇ । ଏ ଗୃହ ମତେ ସବୁ ଶିଖେଇଛି । ବିଷୟ ଉପସ୍ଥାପନ,  କଥା କହିବା ଏ ଗୃହ ଶିଖେଇଥିଲା । ଆଜି ମୁଁ ଯାହା ହୋଇଛି ଏ ଗୃହ ପାଇଁ ।  ଏ ଗୃହ କୁ କୋଟି କୋଟି ପ୍ରଣାମ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଆହୁରି କହିଥିଲେ, I feel nostalgic । ବିଧାୟକ ଭାବେ ପ୍ରଶ୍ନ ପଚାରିଛି,  ମନ୍ତ୍ରୀ ଭାବେ ଉତ୍ତର ଦେଇଚି ।  147 ସଦସ୍ୟ ମୋର ଚିହ୍ନା । କିନ୍ତୁ କିଛି ଲୋକ ଙ୍କ ସହିତ କାମ କରିଛି । ଧର୍ମେନ୍ଦ୍ର ପ୍ରଧାନ,  ମୋହନ ମାଝୀ,  ଜୁଏଲ୍ ଓରାମ ଙ୍କ ସହିତ କାମ କରିବାର ସୁଯୋଗ ପାଇଚି । ଦେଶର ସ୍ଵାଧୀନତା ସଂଗ୍ରାମ ଓ ରାଷ୍ଟ୍ର ଗଠନରେ ଓଡ଼ିଶା ର ଭୂମିକା ଗୁରୁତ୍ୱପୂର୍ଣ୍ଣ। 1857 ର ମହା ସଂଗ୍ରାମ କୁ ଉଜ୍ଜିବିତ କରି ରଖିଥିଲେ ଲକ୍ଷ୍ମଣ ନାୟକ । ବକ୍ସି ଜଗବନ୍ଧୁ, ବାଜି ରାଉତ ଙ୍କୁ ସ୍ମରଣ କରିଛନ୍ତି ।ଭାଷା ଭିତ୍ତିରେ ଓଡିଶା ରାଜ୍ଯ ଗଠନ ହୋଇଛି। ବିଜୁ ବାବୁଙ୍କ ସାହସ ସଂଗ୍ରାମ ସବୁବେଳେ ଉଜ୍ଜୀବିତ। ଓଡ଼ିଶା ବିଧାନସଭା ରେ ମହିଳା ଙ୍କ ପ୍ରତିନିଧିତ୍ଵ ଉତ୍ସାହଜନକ।  ବାଚସ୍ପତି ମହିଳା । ନନ୍ଦିନୀ ଶତପଥୀ ଭାରତ ର ଦ୍ବିତୀୟ ମହିଳା ମୁଖ୍ୟମନ୍ତ୍ରୀ । ଓଡିଶା ବିଧାନସଭା ରେ ଅନେକ ଯନ ମଙ୍ଗଳ କାରୀ ନିଷ୍ପତି ନେଇଛି । ଓଡିଶା ବିଧାନସଭା ପେପର ଲେସ୍ ହୋଇଥିବାରୁ ଖୁସି ବ୍ୟକ୍ତ କଲେ ମହାମହିମ ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଳ୍ପ ଦିନରେ ଅନେକ କାର୍ଯ୍ୟକ୍ରମ ନେଇଛନ୍ତି।  ଲକ୍ଷପତି ଦିଦି ପ୍ରସ୍ତୁତ କରିଛନ୍ତି।  ଧାନ କିଣାରେ ସବସିଡି ଦେବା ଉତ୍ତମ ପଦକ୍ଷେପ” ।

Leave a Reply

Your email address will not be published. Required fields are marked *