ରାସ୍ତାରୁ ହଟିବ ଡିଜେଲ୍ ଚାଳିତ ଆମ ବସ୍, ଚାଲିବ ଇଭି ଗାଡି

ରାସ୍ତାରୁ ହଟିବ ଡିଜେଲ୍ ଚାଳିତ ଆମ ବସ୍, ଚାଲିବ ଇଭି ଗାଡି। ଡିଜେଲ ଚାଳିତ ଆମ ବସ୍ କୁ ହଟାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଣିକି ରାସ୍ତାରେ କେବଳ ଇଭି ବସ୍ ଚାଲିବ। ବର୍ତ୍ତମାନ ଯେତେ ସବୁ ଡିଜେଲ ଚାଳିତ ବସ୍ ରହିଛି ତାକୁ ଧୀରେ ଧୀରେ ସ୍କାର୍ପ କରାଯିବା ସହ ଇଭି ବସ୍ ଆଣାଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ସେହିପରି ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏଣିକି ମହିଳାମାନେ ଆମ ବସ୍ ଚଳାଇବେ। ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ମହିଳାଙ୍କୁ ଟ୍ରେନିଂ ଦିଆଯିବ। ସେମାନେ ସବୁ ହେଭି ଭେଇକିଲ ଚଳାଇବା ପାଇଁ ଲାଇସେନ୍ସପ୍ରାପ୍ତ। ତାଲିମ ନେବା ପରେ ମହିଳାମାନେ ସ୍ୱତନ୍ତ୍ର ବସ୍ ଚଳାଇବେ। ଯାହା ଦ୍ୱାରା ମହିଳା ଯାତ୍ରୀମାନେ ଅଧିକ ସୁରକ୍ଷିତ ମନେ କରିବେ।

Leave a Reply

Your email address will not be published. Required fields are marked *