ବଲିଉଡ ଅଭିନେତା ସଲମାନ ଖାନଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଫିଲ୍ମ ନିର୍ମାତା ଅଭିନବ କଶ୍ୟପ। ଫିଲ୍ମ ‘ଦବଙ୍ଗ’ର ନିର୍ଦ୍ଦେଶନା ଦେଇଥିବା ଅଭିନବ କଶ୍ୟପ ଏବେ ସଲମାନ ଖାନଙ୍କୁ ଗୁଣ୍ଡା ଓ ଖରାପ ମଣିଷ ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ସଲମାନ ଖାନ ଅଭିନୟରେ ଆଗ୍ରହୀ ନୁହଁନ୍ତି। ସଲମାନ ଖାନଙ୍କ ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେବା ପରେ ତାଙ୍କୁ ନେଇ ଏଭଳି ମନ୍ତବ୍ୟ ଦେବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଏହା ବ୍ୟତୀତ ଅଭିନବ, ସଲମାନ ଖାନଙ୍କ ପରିବାରକୁ ମଧ୍ୟ ସମାଲୋଚନା କରିଥିଲେ। ସେ କହିଥିଲେ, ‘ସଲମାନ ଖାନ ବଲିଉଡରେ ଷ୍ଟାର ସିଷ୍ଟମର ବାପା। ସେ ଏକ ଫିଲ୍ମ ପରିବାରରୁ ଆସିଛନ୍ତି ଯେଉଁମାନେ ୫୦ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ଅଛନ୍ତି। ସଲମାନ ଏହାକୁ ଆଗକୁ ନେଉଛନ୍ତି। ସେମାନେ ଦଣ୍ଡଦାତା। ସେମାନେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ନିୟନ୍ତ୍ରଣ କରନ୍ତି। ଯଦି ଆପଣ ସେମାନଙ୍କ ସହିତ ସହମତ ନୁହଁନ୍ତି, ତେବେ ସେମାନେ ଆପଣଙ୍କ ପଛରେ ପଡ଼ିଯାଆନ୍ତି।’









