ଏଆଇସିସି ପକ୍ଷରୁ ଜିଲ୍ଲା ସଭାପତି ତାଲିକା ଘୋଷଣା

ରାଜ୍ୟ କଂଗ୍ରେସର ୩୫ ସାଙ୍ଗଠନିକ ଜିଲ୍ଲା ପାଇଁ ଏଆଇସିସି ପକ୍ଷରୁ ଆଜି ସଭାପତି ତାଲିକା ଘୋଷଣା ହୋଇଛି। ଏଆଇସିସି ସାଧାରଣ ସମ୍ପାଦକ ( ସଂଗଠନ) କେ. ସି ବେଣୁଗୋପାଳ ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି। ଜିଲ୍ଲା ସଭାପତି ତାଲିକାରେ ଅଧିକାଂଶ ନୂଆ ମୁହଁ। ଅଳ୍ପ କିଛି ଜିଲ୍ଲା ସଭାପତି ନିଜ ପଦ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ଅନୁଗୁଳ ସୁନୀଲ ପ୍ରଧାନ, ବାଲେଶ୍ୱର ସତ୍ୟ ଶିବ ଦାସ , ବରଗଡ଼ ହରଦୀପ ସିଂହ, ଭଦ୍ରକ ନଳିନୀ କାନ୍ତ ମହାନ୍ତି, ଭୁବନେଶ୍ୱର ପ୍ରକାଶ ଜେନା, ବଲାଙ୍ଗୀର ଅନିଲ ମେହେର, ବୌଦ୍ଧ ବିନ୍ଧ୍ୟା ବିନି ସାହୁ, କଟକ ପ୍ରଦୀପ୍ତ କୁମାର ଦାସ, କଟକ ସିଟି ଗିରିବାଳା ବେହେରା, ଦେବଗଡ଼ ସେମ ହେମ୍ବ୍ରମ, ଢେଙ୍କାନାଳ ଛବିରାଜ ବିଶ୍ୱାଳ, ଗଜପତି ଦାଶରଥି ଗମାଙ୍ଗ, ଗଞ୍ଜାମ ପୂର୍ବ ରଶ୍ମି ରଂଜନ ପଟ୍ଟନାୟକ, ଗଞ୍ଜାମ ପଶ୍ଚିମ ବିଧାୟକ ରମେଶ ଜେନା, ଜଗତସିଂହପୁର ଦେବ ପ୍ରସାଦ ନାୟକ, ଯାଜପୁର ମାଗୁଣି ବଟକୃଷ୍ଣ ଜେନା, ଝାରସୁଗୁଡା ଜୀବନ ସାର୍ଥକ ଦାସ, କଳାହାଣ୍ଡି ଜଳନ୍ଧର ନାୟକ, କନ୍ଧମାଳ ଚନ୍ଦ୍ର ଶେଖର ପରିଡ଼ା, କେନ୍ଦ୍ରାପଡ଼ା ଡା ଦେବସ୍ମିତା ଶର୍ମା, କେନ୍ଦୁଝର ମନୋଜ ଜେନା, ଖୋର୍ଦ୍ଧା ରାଜୀବ ପଟ୍ଟନାୟକ, କୋରାପୁଟ ରୂପକ ତୁରୁକ, ମାଲକାନଗିରି ଜି ଶ୍ରୀନିବାସ ରାଓ, ମୟୂରଭଞ୍ଜ ପୂର୍ବ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ମୟୂରଭଞ୍ଜ ପଶ୍ଚିମ ଭୂଷଣ ବିହାରୀ ସାହୁ, ନବରଙ୍ଗପୁର ଲିପିକା ମାଝୀ, ନୟାଗଡ଼ ରଞ୍ଜିତ ଦାସ, ନୂଆପଡା ଘାସିରାମ ମାଝୀ, ପୁରୀ ରାଜେଶ ମିଶ୍ର, ରାୟଗଡ଼ା ଆପଲା ସ୍ବାମୀ କାଡ୍ରକା, ରାଉରକେଲା ସବିର ହୁସେନ, ସମ୍ବଲପୁର ଅମିତ ଗୁରୁ, ସୁବର୍ଣ୍ଣପୁର ବିନୋଦ ପାତ୍ର, ସୁନ୍ଦରଗଡ଼ ନିର୍ମଳ ନାୟକଙ୍କୁ ଦାୟିତ୍ୱ ମିଳିଛି।

 

Leave a Reply

Your email address will not be published. Required fields are marked *