ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ରାଜଗିରରେ ଅନୁଷ୍ଠିତ ଏସିଆ କପ୍ 2025 ରେ ଭାରତୀୟ ପୁରୁଷ ହକି ଦଳକୁ ଚମତ୍କାର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। “ଏହି ବିଜୟ ଆହୁରି ସ୍ୱତନ୍ତ୍ର କାରଣ ସେମାନେ ଡିଫେଣ୍ଡିଂ ଚାମ୍ପିଅନ୍ ଦକ୍ଷିଣ କୋରିଆକୁ ପରାସ୍ତ କରିଛନ୍ତି”, ଶ୍ରୀ ମୋଦୀ କହିଛନ୍ତି। “ବିହାରର ରାଜଗିରରେ ଅନୁଷ୍ଠିତ ଏସିଆ କପ୍ 2025 ରେ ଚମତ୍କାର ବିଜୟ ପାଇଁ ଆମର ପୁରୁଷ ହକି ଦଳକୁ ଅଭିନନ୍ଦନ। ଏହି ବିଜୟ ଆହୁରି ସ୍ୱତନ୍ତ୍ର କାରଣ ସେମାନେ ଡିଫେଣ୍ଡିଂ ଚାମ୍ପିଅନ୍ ଦକ୍ଷିଣ କୋରିଆକୁ ପରାସ୍ତ କରିଛନ୍ତି! ଭାରତୀୟ ହକି ଏବଂ ଭାରତୀୟ କ୍ରୀଡ଼ା ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ। ଆମର ଖେଳାଳିମାନେ ଆହୁରି ଉଚ୍ଚତା ଆରୋହଣ କରି ଦେଶ ପାଇଁ ଅଧିକ ଗୌରବ ଆଣନ୍ତୁ ।









