ନୂଆପଡ଼ା ଉପନିର୍ବାଚନ ଭୋଟ୍ ପୂର୍ବରୁ ବିଜେଡି ପାଇଁ ବଢ଼ିଲା ଟେନସନ୍, ବବି ଦାସ ଓ ଅଧିରାଜ ପାଣିଗ୍ରାହୀଙ୍କ ନାଁ ଥାନାରେ ମାମଲା

ନୂଆପଡ଼ା ଉପନିର୍ବାଚନ ଭୋଟ୍ ପୂର୍ବରୁ ବିଜେଡି ପାଇଁ ବଢ଼ିଲା ଟେନସନ୍ । କାରଣ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ଦାସ ଏବଂ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମଧ୍ୟ କୋମନା ଥାନାରେ ଲିଖତ ଅଭିଯୋଗ ହୋଇଛି । ଜଣେ ବିଜେପି ସମର୍ଥକଙ୍କୁ ବିଜେଡି ନେତାମାନେ ଆକ୍ରମଣ ସାଙ୍ଗକୁ ହତ୍ୟା ଧମକ ନେଇ ଥାନାରେ ଲିଖତ ଏତଲା ଦେଇଛନ୍ତି ଅଭିଯୋଗକାରୀ । ଏନେଇ ଭାରତୀୟ ନ୍ୟାୟ ସହିଂତା ଅନୁଯାୟୀ ଧାରା ୨୯୬, ୩୫୧(୨), (୩), (୫), ୧୨୬(୨), ୧୧୫(୨) ରେ ମାମଲା ରୁଜୁ ହୋଇଥିବା ପୁଲିସ ସୂଚନା ଦେଇଛି ।ଅଭିଯୋଗକାରୀ ଜିତୁଙ୍କୁ ଏତଲା ମୁତାବକ, କୋମନା ସ୍ଥିତ ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଜିତୁଙ୍କୁ ଡାକିଥିଲେ ବିଜେଡି ନେତାମାନେ । ସେଠି ବିଜେଡି ନେତା ବବି ଦାସ ଜିତୁଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଆଗରୁ ବିଜେଡିରେ ବୁଲୁଥିଲୁ ଓ ଏବେ କାହିଁକି ବିଜେପିରେ ବୁଲୁଛୁ ବୋଲି କହି ଜିତୁଙ୍କ ସାର୍ଟ କଲର ଧରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ଜିତୁ ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ବିଧାୟକ ଅଧିରାଜ ପାଣିଗ୍ରାହୀ ଏବଂ ବବି ଦାସ ଧମକ ଦେଇଥିବା ଅଭିଯୋଗ ହୋଇଛି

Leave a Reply

Your email address will not be published. Required fields are marked *