ପୂଜା ଆସିଲା, ମାତିଲେ ଲୁଟେରା, ରାଜଧାନୀରେ ଆପାର୍ଟମେଣ୍ଟରେ ପଶି କଳାକନା ବୁଲାଇଲେ

ପୂଜା ଆସିଲା, ମାତିଲେ ଲୁଟେରା। ରାଜଧାନୀରେ ଆପାର୍ଟମେଣ୍ଟରେ ପଶି କଳାକନା ବୁଲାଇଛନ୍ତି। ଚନ୍ଦକାରେ ଲୁଟିଛନ୍ତି । ଚନ୍ଦକା ଅଞ୍ଚଳରେ ଏକାଧିକ ଫ୍ଲାଟରୁ ଲୁଟିଛନ୍ତି ଲକ୍ଷାଧିକ ଟଙ୍କା। ଏଥିସହ ସୁନା ଗହଣା ଓ ମୂଲ୍ୟବାନ୍ ସାମଗ୍ରୀ ଲୁଟି ଫେରାର୍ ମାରିଛନ୍ତି । ସିସିଟିଭିରେ କଏଦ ହୋଇଛି ଲୁଟେରାଙ୍କ କାରନାମା। ଗତକାଲି ରାତିରେ ଚନ୍ଦକା ଥାନା ଅଞ୍ଚଳରେ ୨ଟି ଆପାର୍ଟମେଣ୍ଟରେ ଲୁଟେରା ପାଖାପାଖି ୬ଟି ଫ୍ଲାଟରୁ ଡକାୟତି କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ପୂଜା ଋତୁରେ ରାଜଧାନୀରେ ମାତିଥାନ୍ତି ଲୁଟେରା । ଚଳିତ ମାସରେ ରାଜଧାନୀର ବିଭିନ୍ନ ସ୍ଥାନରୁ ଲୁଟର ଚିତ୍ର ସାମ୍ନାକୁ ଆସିଛି । ଗଣେଶ ପୂଜାବେଳେ ମାରଣାସ୍ତ୍ରରେ ଆକ୍ରମଣ କରି ଲୋକଙ୍କଠୁ ଲୁଟ କରିଛନ୍ତି ଲୁଟେରା ଗ୍ୟାଙ୍ଗ । ଅନ୍ୟପଟେ ସିସିଟିଭି ଫୁଟେଜ ଯାଞ୍ଚ କରି ଲୁଟେରାକୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *