ମହାଧନୀ କ୍ରିକେଟ ବୋର୍ଡ ପାଞ୍ଚ ବର୍ଷରେ ୧୪,୬୨୭ କୋଟି ଟଙ୍କା ପାଇଛି

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏବେ ମହାଧନୀ । ବର୍ଷ କୁ ବର୍ଷ ରୋଜଗାର ବଢ଼ୁଛି ।  ଗତ ପାଞ୍ଚ ବର୍ଷରେ ୧୪,୬୨୭ କୋଟି ଟଙ୍କା ପାଇଛି  ।  ଏଥିମଧ୍ୟରୁ ୪,୧୯୩ କୋଟି ଟଙ୍କା ଗତ ଆର୍ଥିକ ବର୍ଷରେ ଆସିଛି। ଏହିପରି, ବିସିସିଆଇର “ବ୍ୟାଙ୍କ ବାଲାନ୍ସ” ୨୦,୬୮୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି।  ‘କ୍ରିକବଜ୍’ର ଏକ ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟ ୟୁନିଟଗୁଡ଼ିକୁ ସମସ୍ତ ଦେୟ ଦେବା ପରେ ମଧ୍ୟ, ସାଧାରଣ ପାଣ୍ଠିରେ ଏକ ବିରାଟ ବୃଦ୍ଧି ପଞ୍ଜିକୃତ ହୋଇଛି ଏବଂ ୨୦୧୯ରେ ଏହି ପାଣ୍ଠି ୩,୯୦୬ କୋଟି ଟଙ୍କା ଥିଲା, ଯାହା ୨୦୨୪ରେ ପ୍ରାୟ ଦୁଇଗୁଣ ବୃଦ୍ଧି ପାଇ ୭,୯୮୮ କୋଟି ଟଙ୍କା ହୋଇଛି।

ଉଲ୍ଲେଖ ଥାଉ କି ୨୦୨୩-୨୪ ପାଇଁ, ବିସିସିଆଇ ଭିତ୍ତିଭୂମି ବିକାଶ ପାଇଁ ୧୨୦୦ କୋଟି ଟଙ୍କା, ଏବଂ କ୍ରିକେଟ୍ ବିକାଶ ପାଇଁ ୫୦୦ କୋଟି ଟଙ୍କା ଆବଣ୍ଟନ କରିଥିଲା। ରାଜ୍ୟ ସଂଘଗୁଡ଼ିକୁ ୧୯୯୦.୧୮ କୋଟି ଟଙ୍କା ମିଳିଥିଲା, ଯେତେବେଳେ ଚଳିତ ବର୍ଷ ପାଇଁ ଆକଳନ ୨୦୧୩.୯୭ କୋଟି ଟଙ୍କା ରହିପାରେ।

 

Leave a Reply

Your email address will not be published. Required fields are marked *