ନବୀନ ବାବୁ ମିଛ କହିଛନ୍ତି – ପୂର୍ବତନ ବିଧାୟକ ଅରବିନ୍ଦ ମହାପାତ୍ର

ପାଟକୁରା ଡେରାବିଶ ବ୍ଲକରେ ଶନିବାର ଶକ୍ତି ପ୍ରଦର୍ଶନ କରିଛନ୍ତି ନିକଟରେ ବିଜେଡିରୁ ବିଦା ହୋଇଥିବା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ଏକ ମୋଟରସାଇକେଲ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ଯାଇ ଅରବିନ୍ଦ ଚାନ୍ଦୋଳ ବଜାର, କାକଟିଆ ଛକ ଦେଇ ଗଣେଶ୍ୱରପୁରରେ ପହଞ୍ଚି ଲାଲ୍‌ବାହାଦୂର ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇଥିଲେ। ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବା ପୂର୍ବରୁ ନିଲମ୍ବନକୁ ନେଇ ପ୍ରଶ୍ନ କରିଛନ୍ତି ଅରବିନ୍ଦ।

ସେ କହିଛନ୍ତି, ନବୀନ ବାବୁ ମିଛ କହିଛନ୍ତି, ତାଙ୍କ ସହ ଅନ୍ୟମାନେ ବି ମିଛ କହିଛନ୍ତି। ୧୫ରୁ ୨୧ ତାରିଖ ଭିତରେ ୮ ପ୍ରକାର ଆରୋପ ଲଗାଇଛନ୍ତି। ମୋ ନାଁ ଖରାପ କରିବା ପାଇଁ ଚେଷ୍ଟା କରିଛନ୍ତି, ମାତ୍ର ଏଥିରେ ମୁଁ ଆଦୌ ବିଚଳିତ ନୁହେଁ। ପାଟକୁରାବାସୀ ମୋତେ ନିର୍ବାଚନ ଜିତାଇଛନ୍ତି, ବିଧାନସଭାରେ ସେହି ପାଟକୁରାବାସୀଙ୍କ ପାଇଁ ସ୍ବର ଉଠାଇବି ବୋଲି ଅରବିନ୍ଦ କହିଛନ୍ତି।

Leave a Reply

Your email address will not be published. Required fields are marked *