ସତ୍ୟନଗରରେ ଭବ୍ୟ ବାର୍ଷିକ ଉତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କ ସମେତ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତି

ଭୁବନେଶ୍ୱର, ଅକ୍ଟୋବର ୧୦, ୨୦୨୫: ସତ୍ୟନଗର ଉନ୍ନୟନ ଓ ସାଂସ୍କୃତିକ ସମିତି ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବ  ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରେ ଅତ୍ୟନ୍ତ ଉତ୍ସାହ ସହ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯାହା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆନନ୍ଦ ଓ ଏକତାର ବାତାବରଣ ସୃଷ୍ଟି କରିଥିଲା।
ଏହି ଅବସରରେ ଭୁବନେଶ୍ୱରର ସାଂସଦ ଶ୍ରୀମତୀ ଅପରାଜିତା ଷଢ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ନିଜ ଅଭିଭାଷଣରେ ସତ୍ୟନଗର ସମିତିର ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକୁ ପ୍ରଶଂସା କରିବା ସହ ସ୍ଥାନୀୟ ସମୁଦାୟର ଉନ୍ନତି ଓ ଐତିହ୍ୟ ସଂରକ୍ଷଣ ପାଇଁ ଏଭଳି ଆୟୋଜନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏଭଳି ଉଚ୍ଚାଭିଳାଷୀ କାର୍ଯ୍ୟକୁ ଅନ୍ୟ ଅତିଥିମାନେ ପ୍ରଶଂସା କରିବା ସହ ଭବିଷ୍ୟତରେ ସେମାନେ ଆହୁରି ଆଗକୁ ଯିବାକୁ ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ  ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା । 
ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ନୃତ୍ୟ, ସଙ୍ଗୀତ, ନାଟକ ଏବଂ ପାରମ୍ପରିକ କଳା ପ୍ରଦର୍ଶନ ଆଦି ଅନ୍ତର୍ଭୁକ୍ତ ଥିଲା, ଯାହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସମିତିର ସଭ୍ୟମାନେ ଏହି ଉତ୍ସବକୁ ସଫଳ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ଓ ଉତ୍ସାହ ଏହି କାର୍ଯ୍ୟକ୍ରମକୁ ଅଧିକ ସ୍ମରଣୀୟ କରିଥିଲା। ଏହା ସତ୍ୟନଗରର ସାଂସ୍କୃତିକ ଐତିହ୍ୟ ଓ ସାମୁଦାୟିକ ମନୋବଳକୁ ପ୍ରତିଫଳିତ କରିଥିଲା। ସତ୍ୟନଗର ଉନ୍ନୟନ ଓ ସାଂସ୍କୃତିକ ସମିତି ଭବିଷ୍ୟତରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ସ୍ଥାନୀୟ ସମୁଦାୟରେ ସାମାଜିକ ଓ ସାଂସ୍କୃତିକ ଚେତନା ଜାଗ୍ରତ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିବା ସଂଗଠନ ପକ୍ଷରୁ ସଂପାଦକ ରାଜେନ୍ଦ୍ର ଆଚାର୍ଯ୍ୟ କହିଛନ୍ତି  । ଏହା ବ୍ୟତୀତ, ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ ,  ମହାପ୍ରସାଦ କର, ସଭାପତି ଲୋକନାଥ ପଣ୍ଡା, କଳ୍ପନା ଜେନାଙ୍କ ସହ ସତ୍ୟ ନଗର ବାସିନ୍ଦାଙ୍କର ଉପସ୍ଥିତି କାର୍ଯ୍ୟକ୍ରମର ଗୌରବ ବୃଦ୍ଧି କରିଥିଲା। 

Leave a Reply

Your email address will not be published. Required fields are marked *