ଯୁବପିଢ଼ିଙ୍କ ଭବିଷ୍ୟତକୁ ନିଶାରୁ ସୁରକ୍ଷିତ ରଖିବା ସହ ନିଶା କାରବାରର ମୂଳୋତ୍ପାଟନ—ସରକାର ଓ ସମାଜ ପାଇଁ ବଡ଼ ଚ୍ୟାଲେଞ୍ଜ

ଗାଁରୁ ସହର, ରାସ୍ତାକଡ଼ରୁ କଲେଜ୍ କ୍ୟାମ୍ପସ୍‌—ସବୁଠି ନିଶା କାରବାରକୁ ନେଇ ଚିନ୍ତା ବଢୁଛି । ବିଶେଷକରି ଯୁବପିଢ଼ି ନିଶା କବଳରେ ପଡ଼ୁଥିବାରୁ ଏହାକୁ ନେଇ ଚିନ୍ତା ବଢିଛି। ଏଭଳି ସମୟରେ ନିଶା ବିରୋଧରେ ଦେଶବାସୀଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନ୍ୟପଟେ ଓଡ଼ିଶାରେ ମଧ୍ୟ ନିଶା କାରବାରର ମୂଳୋତ୍ପାଟନ ପାଇଁ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ନିଶା କବଳରେ ଯୁବପିଢ଼ି। ଗାଁଠୁ ସହର ଏବଂ କଲେଜ୍ କ୍ୟାମ୍ପସ୍ ପର୍ଯ୍ୟନ୍ତ ନିଶା କାରବାରର ପ୍ରସାରକୁ ନେଇ ଚିନ୍ତା ବଢୁଛି । ଯୁବପିଢ଼ିଙ୍କ ପାଖରେ ନିଶାଦ୍ରବ୍ୟ ପହଞ୍ଚୁଥିବା ଅଭିଯୋଗ ମଧ୍ୟ ଆସୁଛି। ଏହାକୁ ରୋକିବା ପାଇଁ ନିଶା ବିରୋଧରେ ଦେଶବାସୀଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କେନ୍ଦ୍ର ସରକାର ୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଗଠନର ଲକ୍ଷ୍ୟ ରଖିଥିବା ବେଳେ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି। ନିଶାମୁକ୍ତ ଭାରତ ଗଠନ ହେଲେ ହିଁ ସୁସ୍ଥ, ସୁଖୀ ଓ ଉଜ୍ଜ୍ୱଳ ଭବିଷ୍ୟତର ଭାରତ ଗଠନ ସମ୍ଭବ ବୋଲି ଆହ୍ୱାନ ଦିଆଯାଇଛି ।

ଅନ୍ୟପଟେ ଓଡ଼ିଶାରେ ମଧ୍ୟ ନିଶା କାରବାରକୁ ନେଇ ସରକାର ତତ୍ପର ହୋଇଛନ୍ତି। ଡିଜି-ଆଇଜି ସମ୍ମିଳନୀରେ ନିଶା କାରବାର ରୋକିବା ନେଇ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଶେଷକରି କଲେଜ୍ ଛାତ୍ରଛାତ୍ରୀଙ୍କ ପାଖରେ ନିଶାଦ୍ରବ୍ୟ ପହଞ୍ଚିବାକୁ ରୋକିବା ଉପରେ ଗୁରୁତ୍ୱ ଦିଆଯାଉଛି । ଗଞ୍ଜେଇ ଚାଲାଣଠାରୁ ବ୍ରାଉନସୁଗାର କାରବାର ପର୍ଯ୍ୟନ୍ତ ବିଭିନ୍ନ ନିଶାଦ୍ରବ୍ୟର କାରବାରକୁ ମୂଳରୁ ଶେଷ କରିବା ପାଇଁ ଯୋଜନା କରାଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଡିଜି-ଆଇଜି ସମ୍ମିଳନୀରେ ମଧ୍ୟ ନିଶାମୁକ୍ତ ଓଡ଼ିଶା ଏବଂ ନିଶାମୁକ୍ତ ଭାରତ ପାଇଁ ପୁଲିସର ରଣନୀତି ନେଇ ଆଲୋଚନା ହୋଇଛି।

ତେବେ ନିଶାର କୁପ୍ରଭାବ କେବଳ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ସୀମିତ ରହେନି। ଏହାର ପ୍ରଭାବ ପରିବାର ଓ ସମାଜ ଉପରେ ମଧ୍ୟ ପଡ଼ିଥାଏ। ନିଶା କାରବାର ରୋକିବାକୁ ଛୋଟ ବେପାରୀଙ୍କୁ ଧରିବା ସହ କାରବାରର ମୁଖ୍ୟ ଚାଳକ ଓ ଯୋଗାଣ ଶୃଙ୍ଖଳ ପର୍ଯ୍ୟନ୍ତ ପହଞ୍ଚିବା ଆବଶ୍ୟକ ବୋଲି ନିଶା ନିବାରଣ କର୍ମୀମାନେ ମତ ଦେଇଛନ୍ତି।ଯୁବପିଢ଼ିଙ୍କ ଭବିଷ୍ୟତକୁ ନିଶାରୁ ସୁରକ୍ଷିତ ରଖିବା ସହ ନିଶା କାରବାରର ମୂଳୋତ୍ପାଟନ—ଏବେ ସରକାର ଓ ସମାଜ ପାଇଁ ବଡ଼ ଚ୍ୟାଲେଞ୍ଜ ।