କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ୪୧.୧୭ କୋଟି ଟଙ୍କାର ବୃହତ ପ୍ୟାକେଜ୍ ପ୍ରଦାନ କଲେ ସରକାର

ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ୪୧.୧୭ କୋଟି ଟଙ୍କାର ବୃହତ ପ୍ୟାକେଜ୍ ପ୍ରଦାନ। କେନ୍ଦୁପତ୍ର ତୋଳାଳିବାଇଣ୍ଡର୍ ଏବଂ ଋତୁକାଳୀନ କର୍ମଚାରୀଙ୍କ ଜୀବିକାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏକ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ ୨୦୨୪ ଫସଲ ବର୍ଷ ଏବଂ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୋଟ୍ ୪୧.୧୭ କୋଟି ଟଙ୍କା ପ୍ରଦାନ କରାଯାଇଛି ।

୮,୫୯,୭୨୭ ଜଣ କେନ୍ଦୁପତ୍ର ତୋଳାଳିଙ୍କୁ ଚପଲ, କେରି ବହନକାରି କପଡ଼ା ଏବଂ ହେଡ୍ କ୍ୟାପ୍ ପ୍ରଦାନ କରାଯିବ । ଚପଲ ପାଇଁ ଜଣକ ପିଛା ୧୬ ଟଙ୍କା, କେରି ବହନକାରି କପଡ଼ା ପାଇଁ ଜଣଙ୍କ ପିଛା ୨୦୦ ଏବଂ ହେଡ୍ କ୍ୟାପ ପାଇଁ ଜଣଙ୍କ ପିଛା୧୦୦ ଟଙ୍କା ପ୍ରଦାନ କରାଯିବ । ଏଥିପାଇଁ ମୋଟ୍ ୩୯,୫୪,୭୪,୪୨୦.୦୦ଟଙ୍କା ଜମା କରାଯାଇଛି । ଏହା କେନ୍ଦୁପତ୍ର ତୋଳାଳିଙ୍କ ଶ୍ରମ ଏବଂ ମୂଲ୍ୟବାନ ଅବଦାନ ପ୍ରତି ରାଜ୍ୟ ସରକାରଙ୍କ ଗଭୀର ସମ୍ମାନର ପ୍ରତୀକ ।

ସେହିପରି ୧୮୭୬୮ ଜଣ ବାଇଣ୍ଡରଙ୍କୁ କମ୍ବଳ ଓ ମଶାରୀ ପାଇଁ ୟୁନିଟ୍ ପିଛା ୭୦୦ ଟଙ୍କା ହିସାବରେ ,୩୧,୩୭,୬୦୦.୦୦ ଟଙ୍କା ପ୍ରଦାନ କରାଯିବା ସହିତ ୧୬୨୩୭ ଜଣ ଋତୁକାଳୀନ କର୍ମଚାରୀଙ୍କୁ ୟୁନିଟ୍ ପିଛା ୧୦୦ ଟଙ୍କା ହାରରେ ୧୬,୨୩,୭୦୦ ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଓ ସଫଳ କଲ୍ୟାଣକାରୀ ପଦକ୍ଷେପଏବଂ ଜଙ୍ଗଲ ଓ ପରିବେଶଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଯୋଜନାଗୁଡ଼ିକ ନିର୍ଣ୍ଣାୟକ ଭୂମିକା ନେଇଛି ।

ଏହି ବୃହତ କଲ୍ୟାଣ ପ୍ୟାକେଜ୍ ରାଜ୍ୟର କେନ୍ଦୁପତ୍ର ଆଧାରିତ ଶ୍ରମଜୀବୀଙ୍କ ସୁବିଧାସୁଯୋଗ,ସୁରକ୍ଷା ଏବଂ ସାମାଜିକ ସମ୍ମାନକୁ ନୂତନ ଉଚ୍ଚତାକୁ ନେଇଯାଉଛି । ସରକାରଙ୍କ ଏହି ପ୍ରୟାସ ତାଙ୍କ ଜୀବିକାକୁ ସମୃଦ୍ଧକରିବାସହିତ ସମାଜର ଦୃଢ଼ ଅର୍ଥନୈତିକ ଭିତ୍ତିଗଢ଼ିବାରେ ସହାୟକ ହେବ ।

Leave a Reply

Your email address will not be published. Required fields are marked *