ଘୁମୁସର ନାଗାବଳୀ ଡିଭିଜନର ମୋଟ ୧୫ ମାଓବାଦୀ କଲେ ଆତ୍ମସମର୍ପଣ

 ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ ଓରଫ ଅଙ୍କିତା ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ଏ ନେଇ ଡିଜିପି  ୱାଇ.ବି ଖୁରାନିଆ ସ୍ପଷ୍ଟ କରିଛନ୍ତି। ଏ ନେଇ ସେ ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଜଗତସିଂହପୁରର ନିଖିଲ ଓରଫ ନିରଞ୍ଜନ ରାଉତର ଆତ୍ମସମର୍ପଣ କରିଛନ୍ତିି। କଟକ ଟାଙ୍ଗୀର ସ୍ତ୍ରୀ  ଇନ୍ଦୁ ଓରଫ ଅଙ୍କିତା ଲେଙ୍କା ମଧ୍ୟ ତାଙ୍କ ସହ ଆତ୍ମସମର୍ପଣ କରିଛନ୍ତି। ବାଶଧାରା ଘୁମୁସର ନାଗାବଳୀ ଡିଭିଜନର ମୋଟ ୧୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
ତେବେ ନିଖିଲ ରାୟଗଡ଼ା, ଗଜପତି, କନ୍ଧମାଳ ଜିଲାରେ ସକ୍ରିୟ ଥିଲେ। ଦୁଇ ଦଶନ୍ଧିରୁ ଅଧିକ ମାଓବାଦୀ କାର୍ଯ୍ୟକଳାପରେ ସାମିଲ ଥିଲେ ନିଖିଲ। ଏବେବି କନ୍ଧମାଳ ପାଖାପାଖି ଜିଲାରେ କିଛି କ୍ୟାଡର ମାଓବାଦୀ ଉପସ୍ଥିତ ଅଛନ୍ତି। ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଡିଜିପିଙ୍କ ଅପିଲ କରିଛନ୍ତି। ରାଜ୍ୟରେ ଆଉ କିଛି ହାତଗଣତି ମାଓବାଦୀ ଅଛନ୍ତି। ମାର୍ଚ୍ଚ ପୂର୍ବରୁ ସେମାନେ ବି ଆତ୍ମସମର୍ପଣ କରିବେ ବୋଲି ଭାବୁଛି।

Leave a Reply

Your email address will not be published. Required fields are marked *