ଚଳିତ ବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଅନୁକୂଳ ହେଲା ପ୍ରଥମ କାଠ । ଶ୍ରୀକ୍ଷେତ୍ରରେ ରଥକାଠ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତଙ୍କ ଉପସ୍ଥିତିରେ କରାଗଲା ଅନୁକୂଳ ।
ଆଜି ପବିତ୍ର ଶ୍ରୀ ପଞ୍ଚମୀ ଉପଲକ୍ଷେ ଶ୍ରୀମନ୍ଦିରରେ ଚଳିତ ଚଳିତ ବର୍ଷର ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି । ଶ୍ରୀମନ୍ଦିରରେ ପ୍ରଥମ ରଥକାଠ ପହଞ୍ଚିବା ପରେ ଅନୁକୂଳ କରାଯାଇଥିଲା । ବିଦ୍ଧି ମୁତାବକ ରଥକାଠ ପହଞ୍ଚିବା ପରେ ୩ କାଠ ପୂଜା ହୋଇଥିଲା । ପୂଜାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରାଜଗୁରୁ ଓ ବ୍ରାହ୍ମଣ ଉପସ୍ଥିତ ଥିଲେ । ସମସ୍ତଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ହୋଇଥିଲା ।
ସେହିପରି ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଭକ୍ତିର ସହ ପୂଜା କରୁଛନ୍ତି । ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ । ବସନ୍ତ ଋତୁର ଆଗମନରେ ଧରା ପଲ୍ଲବିତ ହୁଏ । ସ୍ବେତ ମେଘଖଣ୍ଡ ଆକାଶରେ ଶୋଭାପାଏ । ସବୁଠି ଧୁମଧାମରେ ମାଆଙ୍କର ପୂଜାର୍ଚ୍ଚନା କରାଯାଉଛି । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ମା’ଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ଶ୍ରୀମନ୍ଦିରରେ ସରସ୍ୱତୀ ପୂଜା ଅନୁଷ୍ଠିତ ହେବ ।









