ଭାରତୀୟ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ଶ୍ରେୟସ ଆୟର ଫିଟ୍‌ ଘୋଷିତ

ଭାରତୀୟ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ଶ୍ରେୟସ ଆୟର ଫିଟ୍‌ ଘୋଷିତ ହୋଇଛନ୍ତି। ବିସିସିଆଇର ସେଣ୍ଟର ଅଫ୍‌ ଏକ୍ସେଲେନ୍‌ସ (ସିଓଇ) ଆୟରଙ୍କୁ ସବୁଜ ସଙ୍କେତ ଦେବା ପରେ ୧୧ରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ସେ ଖେଳିବାର ସନ୍ଦେହ ଦୂରହୋଇଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଆୟରଙ୍କୁ ଭାରତର ଉପଅଧିନାୟକ ନିଯୁକ୍ତ କରିଛି ବିସିସିଆଇ ମନୋନୟନ କମିଟି। କିନ୍ତୁ ଦଳ ଘୋଷଣା ବେଳେ କମିଟି ସର୍ତ୍ତ ରଖିଥିଲା ଯେ ଶ୍ରେୟସଙ୍କୁ ବିସିସିଆଇର ସିଓଇ ଫିଟ୍‌ନେସ ପ୍ରମାଣ ଦେବା ପରେ ଆୟର ଏହି ଶୃଙ୍ଖଳା ଖେଳିବେ। ତେଣୁ ଆୟରଙ୍କୁ ମ୍ବମ୍ବଇ ପାଇଁ ଶେଷ ୨ଟି ବିଜୟ ହଜାରେ ଟ୍ରଫି ମ୍ୟାଚ୍‌ ଖେଳିବାକୁ କୁହା ଯାଇଥିଲା। ତେବେ ମଙ୍ଗଳବାର ହିମାଚଳ ପ୍ରଦେଶ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଆୟର ୫୩ ବଲ୍‌ରୁ ୮୨ ରନ୍‌ କରିଥିଲେ। ବ୍ୟାଟିଂ ଏବଂ ଇନିଂସ ଇନିଂସ ସମାପ୍ତି ପରେ ଆୟର କୌଣସି ଯନ୍ତ୍ରଣା ଅନୁଭବ କରିନଥିଲେ। ତେଣୁ ଗୋଟିଏ ମ୍ୟାଚ୍‌ରେ ଆୟରଙ୍କ ପ୍ରଦର୍ଶନ ଦେଖି ବିସିସିଆଇ ତାଙ୍କୁ ଫିଟ୍‌ ଘୋଷଣା କରି ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ଖେଳିବାକୁ ସବୁଜ ସଙ୍କେତ ଦେଇଛି। ଅକ୍ଟୋବର ୨୫ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆରେ କ୍ୟାଚ୍‌ ଧରିବା ବେଳେ ଆୟର ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *