ବନ୍ଦ କୋଠରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାହୁଲ ଗାନ୍ଧି ଓ ଅମିତ ଶାହ , ୮୮ ମିନିଟ୍ ର ଆଲୋଚନା ନେଇ ଚର୍ଚ୍ଚା

ସଂସଦର ଶୀତକାଳୀନ ଅଧିବେଶନ ମଧ୍ୟରେ ୧୦ ସେପ୍ଟେମ୍ବର ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ରୁଦ୍ଧଦ୍ୱାର ବୈଠକର ବୁଧବାର ଖୁବ୍ ଚର୍ଚ୍ଚା ହେଉଛି। ସଂସଦରେ ଅମିତ ଶାହ ଓ ରାହୁଲ ଗାନ୍ଧିଙ୍କ ମଧ୍ୟରେ କଡ଼ା ବିତର୍କ ହେଉଥିବା ବେଳେ ବନ୍ଦ କୋଠରୀରେ ସେମାନେ କେଉଁ କଥା ହେଉଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ବୈଠକ ଢେର ସମୟ ପର୍ଯ୍ୟନ୍ତ ଚାଲିଥିଲା। ପାଖାପାଖି ୮୮ ମିନିଟ୍ (ଦେଢ ଘଣ୍ଟା) ଧରି ଚାଲିଥିବା ଏହି ବୈଠକରେ ଅନେକ ପ୍ରସଙ୍ଗରେ ରାହୁଲ ଗାନ୍ଧି ଅସହମତି ପ୍ରକାଶ କରିଥିଲେ। କେବଳ ଏତିକି ନୁହେଁ ବୈଠକରେ ରାହୁଲ ଏସସି, ଏସଟି, ଓବିସି ଏବଂ ସଂଖ୍ୟାଲଘୁଙ୍କ କଥା ମଧ୍ୟ ଉଠାଇଥିଲେ କହିଥିଲେ ଦେଶର ୯୦% ଉଚ୍ଚ ପଦପଦବୀରେ ଉଚ୍ଚ ଜାତିର ଲୋକେ ବସିଛନ୍ତି। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଆଗରେ ରାହୁଲ ପ୍ରମୁଖତାର ସହ ଏହି ବିଷୟ ଉଠାଇଥିଲେ।

ସୂତ୍ରରୁ ମିଳୁଥିବା ସୂଚନାରେ ରାହୁଲ ଗାନ୍ଧି ନିଯୁକ୍ତ ହେବାକୁ ଥିବା ଲୋକଙ୍କ ସମ୍ପର୍କରେ ଅଧିକ ସୂଚନା ଦେବା କଥା ଉଠାଇଥିଲେ ଓ ସେ ସିଆଇସି ଏବଂ ୮ସୂଚନା ଆୟୁକ୍ତଙ୍କ ନିଯୁକ୍ତିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ନିଯୁକ୍ତି ପ୍ରକ୍ରିୟା ଉପରେ ରାହୁଲ ଅସନ୍ତୋଷ ପ୍ରକାଶ କରି ଏ ନେଇ ତାଙ୍କର ଅସହମତି ଲିଖିତ ରୂପେ ଜଣାଇଛନ୍ତି। ପୂର୍ବରୁ ମଲ୍ଲିକାର୍ଜ୍ଜୁନ ଖଡଗେ ଲୋକସଭାରେ ବିରୋଧୀ ଦଳ ନେତା ହେଉଥିଲେ। ସେତେବେଳେ ଏପରି ବୈଠକରେ ସେ ଯୋଗ ଦେଉଥିଲେ। ଏହି ରୁଦ୍ଧଦ୍ୱାର ବୈଠକ ପରେ ରାହୁଲ ଯେବେ ବାହାରିଲେ ଜଣାପଡିଲା ମୁଖ୍ୟ ସୂଚନା କମିଶନର, ୮ ସୂଚନା କମିଶନର ଓ ଜଣେ ଭିଜିଲାନ୍ସ କମିଶନରଙ୍କ ନିଯୁକ୍ତି ନେଇ ଚର୍ଚ୍ଚା ହୋଇଛି।

ତେବେ ଏହା ପୂର୍ବରୁ ଆଲୋଚନା ହେଉଥିଲା ଯେ ଏଥିରେ ନିର୍ବାଚନ ଆୟୋଗଙ୍କୁ ନେଇ ଚର୍ଚ୍ଚା ହେଉଥାଇପାରେ ଓ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ନେଇ ଏହି ପୁରା ମାମଲାରେ ଚର୍ଚ୍ଚା ହେବାର ଥିଲା। ୨୦୧୪ ମସିହା ପରେ ଏହା ସପ୍ତମ ଥର ଯେତେବେଳେ ଦେଶରେ କେହି ମୁଖ୍ୟ ସୂଚନା କମିଶନର (ସିଆଇସି) ନାହାନ୍ତି। ସିଆଇସି ଓ ସୂଚନା ଆୟୁକ୍ତ ପଦ ଖାଲିଥିବାର ବୁଧବାର ରାଜ୍ୟସଭାରେ ପ୍ରସଙ୍ଗ ହୋଇଥିଲା। ସୂଚନା ଅଧିକାର ଅଧିନିୟମ୧୨୩ ଅନୁସାରେ ଦେଶର ପ୍ରଧାନମନ୍ତ୍ରୀ ନିଯୁକ୍ତି କମିଟିର ଅଧ୍ୟକ୍ଷ ହୋଇଥାନ୍ତି। ଏଥିରେ ବିରଧୀ ଦଳ ନେତା ଯୋଗ ଦେବା ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନାମିତ ଜଣେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ସାମିଲ ହୁଅନ୍ତି। ଯେଉଁମାନେ ସିଆଇସି ଓ ସୂଚନା କମିଶନର ମାନଙ୍କ ନିଯୁକ୍ତି ନିମନ୍ତେ ନାମ ବାଛନ୍ତି ଓ ସୁପାରିଶ କରନ୍ତି।ତେବେ ଅନୁଷ୍ଠିତ ରୁଦ୍ଧ ଦ୍ୱାର ବୈଠକରେ ରାହୁଲ ତାଙ୍କର ତମାମ ଆପତ୍ତି ଉଠାଇଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *