ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟା , ୯ ମୃତ

ଆନ୍ଧ୍ରପ୍ରଦେଶ  ଶ୍ରୀକାକୁଲମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଶ୍ରୀକାକୁଲମରେ କାଶିବୁଗା ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟାରେ ୯ ଜଣଙ୍କ ଜୀବନ ଯାଇଛି। ଏହି ଦଳାଚକଟାରେ  ଆହୁରି ଅନେକ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ପକ୍ଷରୁ ଏକ ବିବୃତି ଜାରି କରାଯାଇ କୁହାଯାଇଛି କି ଏକାଦଶୀ ପାଳନ ପାଇଁ ମନ୍ଦିରରେ ଏକ ବଡ଼ ଧରଣର ଭିଡ଼ ଜମିଥିବା ସମୟରେ ଦଳାଚକଟା ଘଟିଥିଲା। ଅନେକ ଭକ୍ତ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଦଳ ଏବଂ ଜରୁରୀକାଳୀନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣା ପରେ ରାଜ୍ୟ କୃଷି ମନ୍ତ୍ରୀ କେ ଆଟଚାନ୍ନାଇଡୁ ମନ୍ଦିରରେ ପହଞ୍ଚି ପରିସ୍ଥିତିକୁ ଯାଞ୍ଚ୍‌ କରିବା ପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ସାକ୍ଷାତ କରିଥିଲେ। ଭିଡ଼କୁ ପରିଚାଳନା କରିବା ଏବଂ ରିଲିଫ୍ କାର୍ଯ୍ୟରେ ସହାୟତା କରିବା ପାଇଁ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି।”ଶ୍ରୀକାକୁଲମ ଜିଲ୍ଲାର କାଶିବୁଗାରେ ଥିବା ଭେଙ୍କଟେଶ୍ୱର ମନ୍ଦିରରେ ଦଳାଚକଟା ପରି ଏକ ମର୍ମାହତ ଘଟଣା ଘଟିଛି। ଏହି ଦୁଃଖଦ ଘଟଣାରେ ଭକ୍ତଙ୍କ ମୃତ୍ୟୁ ଅତ୍ୟନ୍ତ ହୃଦୟବିଦାରକ। ମୁଁ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରୁଛି। ଆହତମାନଙ୍କୁ ଶୀଘ୍ର ଏବଂ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ଘଟଣାସ୍ଥଳ ପରିଦର୍ଶନ କରିବାକୁ ଏବଂ ରିଲିଫ୍ ପଦକ୍ଷେପ ତଦାରଖ କରିବାକୁ ମୁଁ ସ୍ଥାନୀୟ ଅଧିକାରୀ ଏବଂ ଜନପ୍ରତିନିଧିମାନଙ୍କୁ ଅନୁରୋଧ କରିଛି,”।

Leave a Reply

Your email address will not be published. Required fields are marked *