ଦୀପାବଳି କେବେ ପାଳନ କରିବେ ? ଛୁଟି ଘୋଷଣା କଲେ ସରକାର

କାର୍ତ୍ତିକ ଅମାବାସ୍ୟାରେ ଦୀପାବଳୀ ଉତ୍ସବ ପାଳନ କରାଯାଏ । କିନ୍ତୁ ଏଥର କେଉଁ ଦିନ ପାଳନ ହେବ ତାକୁ ନେଇ ଦ୍ବନ୍ଦ୍ବ ଥିଲା । ଓଡ଼ିଶାରେ  ଏହି ପର୍ବ ପ୍ରାୟ ସମସ୍ତ୍ରେ ପାଳନ କରନ୍ତି । ଘରେ ଘରେ ସେଦିନ ଦୀପ ଜଳେ, ବାଣ ଫୁଟାଯାଏ । ଶ୍ରାଦ୍ଧ ଦିଆଯାଏ  । ପିଠାପଣା ହୁଏ । ଦୀପାବଳୀ ଉତ୍ସବ ପାଳନ ବିଷୟକୁ ନେଇ ଦୁଇଟି କଥା କୁହାଯାଉଥିଲା । ଦୀପାବଳି କେବେ ପାଳନ କରିବେ ? ତାକୁ ନେଇ ଲୋକଙ୍କ ମନରେ ଦ୍ବନ୍ଦ୍ବ ଥିଲା ବେଳେ ସରକାର ଦୀପାବଳି ଦିନକୁ ଛୁଟି ଘୋଷଣା କରିଛନ୍ତି ।  ଆସନ୍ତା ସୋମବାର (୨୦୨୫ ଅକ୍ଟୋବର ୨୦) ତାରିଖରେ ଓଡ଼ିଶାରେ ଦୀପାବଳି ଛୁଟି ହେବ। ଦୀପାବଳି ଛୁଟି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଦୀପାବଳି ପାଳନ ନେଇ ପୂର୍ବରୁ ମୁକ୍ତି ମଣ୍ଡପରେ ଘୋଷଣା ହୋଇଛି। ଶ୍ରୀମନ୍ଦିରରେ ଆସନ୍ତା ୨୦ ତାରିଖ ଦିନ ଦୀପାବଳି ଓ ପୟାଶ୍ରାଦ୍ଧ ଆୟୋଜନ ହେବ ବୋଲି ମଧ୍ୟ କୁହାଯାଇଛି।

ତେବେ ଜ୍ୟୋତିଷ୍କମାନେ ତା ପର ଦିନ ଦୀପାବଳି ପାଳନ କରିବେ ବୋଲି କହୁଛନ୍ତି ।  ଲୋକଙ୍କ ମଧ୍ୟରେ ଦୀପାବଳି ପାଳନ ଓ ଛୁଟି ନେଇ ଦ୍ବନ୍ଦ୍ବ ରହିଥିଲା। ଦୀପାବଳି ନେଇ ଚଳିତ ଥର ଦ୍ବନ୍ଦ୍ବ ଉପୁଜି ଥିଲା। ଏବେ ଓଡ଼ିଶାରେ ୨୦ ତାରିଖରେ ଦୀପାବଳି ପାଳନ ହେବ । ତେବେ  ଆଉ କିଛି ଲୋକ ଅକ୍ଟୋବର ୨୧ରେ ଦୀପାବଳି ହେବ ବୋଲି କହୁଛନ୍ତି। ୨୦ ତାରିଖ ଦିନ ଦିନ ଦୀପଦାନ ଏବଂ ପୟା ଶ୍ରାଦ୍ଧ ପାଳିବାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ପୂର୍ବରୁ କୁହାଯାଇଛି।