ସାଇ ମନ୍ଦିରର ଦୁଇଟି ଦାନ ହୁଣ୍ଡି ବାକ୍ସ ଚୋରି କରି ଧରାପଡ଼ିଲେ ମା,ପୁଅ

ନିରାକାରପୁର : ଠାକୁରଙ୍କ ଦୁଇଟି ଦାନ ହୁଣ୍ଡି ବାକ୍ସ ଚୋରି କରିଥିଲେ । ଏବେ ମାଆ-ପୁଅ ଧରାପଡ଼ି କୋର୍ଟ ଚାଲାଣ ହେଲେ । ଏଭଳି ଘଟଣା ଘଟିଛି ଖୋର୍ଧା ଜିଲ୍ଲା ନିରାକାରପୁର ଅଂଚଳରେ  । ସୂଚନା ଅନୁସାରେ ନିରାକାରପୁର, ରାମମନ୍ଦିର ନିକଟରେ ଥିବା  ସାଇ ମନ୍ଦିରର ଦୁଇଟି ଦାନ ହୁଣ୍ଡି ବାକ୍ସ ନଥିବା ପୂଜକ ରବିବାର ସକାଳୁ ଦେଖିବାକୁ ପାଇଥିଲେ  ।  ଯାହାକି ଶନିବାର ବିଳମ୍ବିତ ରାତିରେ କୌଣସି ଦୁର୍ବୃତ୍ତ ଚୋରିକରି ନେଇଥିବା ସ୍ଥାନୀୟ ଥାନାରେ ମନ୍ଦିର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା ।  ଅଭିଯୋଗକୁ ଆଧାରକରି ନିରାକାରପୁର ପୋଲିସ ସନ୍ଧାନୀ କୁକୁର ମାଧ୍ୟମରେ ଲୁଟ ହୋଇଥିବା ହୁଣ୍ଡିକୁ ଉଦ୍ଧାର କରି ଚୋରି କରିନେଇଥିବା ମାଆ -ପୁଅ କୁ ଗିରଫ କରି ଆଜି ଅପରାହ୍ନ ରେ କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ବିଶ୍ୱଜିତ ରାଉତରାୟ ସୂଚନା ଦେଇଛନ୍ତି  ।  ଗିରଫ ମାଆ-ପୁଅ ହେଲେ ଭୂଷଣ୍ଡପୁର ଫାଣ୍ଡି ଉରୁମୁଖୀ ଗ୍ରାମର ସହଦେଵ ସିଂ ଙ୍କ ସ୍ତ୍ରୀ ଜୟନ୍ତୀ ସିଂ ଓ ପୁଅ ସୁଜିତ ସିଂ  ।  ଏ ଦୁଇ ଜଣ ସ୍ଥାନୀୟ ନରେନ୍ଦ୍ରପୁର ସାହିରେ ଭଡ଼ା ଘରେ ରହୁଥିଲେ ।  ଅଭିଯୋଗ ଅନୁଯାଇ ୨୬୮/୨୫ ରେ ଏକ ମାମଲା ରୁଜୁ ହୋଇଛି  । ସେମାନଙ୍କ ଠାରୁ ଦୁଇଟି ହୁଣ୍ଡି ସହ ନଗଦ ୧୮୧0 ଟଙ୍କା ଓ କିଛି ସାମଗ୍ରୀ ଉଦ୍ଧାର କରିଛି ପୋଲିସ  ।

Leave a Reply

Your email address will not be published. Required fields are marked *