ବିହାର ବିଧାନସଭା ନିର୍ବାଚନ-୨୦୨୫- ଏନ୍‌ଡିଏ  ଆସନ ବଣ୍ଟନ ଘୋଷଣା

ବିହାର ବିଧାନସଭା ନିର୍ବାଚନ-୨୦୨୫ ପାଇଁ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)  ଆସନ ବଣ୍ଟନ ସଂକ୍ରାନ୍ତ ଚୂଡ଼ାନ୍ତ ଘୋଷଣା କରିଛି। ଏହି ଘୋଷଣା ଅନୁସାରେ, ବିହାର ବିଧାନସଭାର ମୋଟ ୨୪୩ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ପ୍ରତ୍ୟେକ ୧୦୧ଟି ଲେଖାଏଁ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ନେତା ଚିରାଗ ପାସୱାନଙ୍କୁ ୨୯ଟି ଆସନ ଦିଆଯାଇଥିବା ବେଳେ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍‌ଏଲ୍‌ଏସ୍‌ପି)କୁ ୬ ଆସନ ଏବଂ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ଏଚ୍‌ଏଏମ୍‌)କୁ ମଧ୍ୟ ୬ଟି ଆସନ ମିଳିଛି।

Leave a Reply

Your email address will not be published. Required fields are marked *