ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର; ଗୁରୁ ସାକ୍ଷାତ୍ ପରମ୍ ବ୍ରହ୍ମ, ତସ୍ମୈଶ୍ରୀ ଗୁରବେ ନମଃ

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର; ଗୁରୁ ସାକ୍ଷାତ୍ ପରମ୍ ବ୍ରହ୍ମ, ତସ୍ମୈଶ୍ରୀ ଗୁରବେ ନମଃ ।

ଗୁରୁଦିବସ ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିବସ । ଗୁରୁ  ଦିବସ ପାଳନ ହଜାର ହଜାର ବର୍ଷର ପରମ୍ପରା ।  ଅଧିକାଂଶ କ୍ଷେତ୍ରରେ ଜଣେ ସ୍ଥାନୀୟ ଶିକ୍ଷାବିତ୍ କିମ୍ବା ଶିକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଥିବା ବ୍ୟକ୍ତିଙ୍କ ଅବଦାନକୁ ପାଳନ କରାଯାଇଥାଏ । ଏହି ପ୍ରାଥମିକ କାରଣରୁ ବିଭିନ୍ନ ଦେଶ ଏହି ଦିନକୁ ବିଭିନ୍ନ ତାରିଖରେ ପାଳନ କରିଥାନ୍ତି । ଉଦାହରଣ ସ୍ୱରୂପ, ଭାରତରେ ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ସେପ୍ଟେମ୍ବର ୫ ଜନ୍ମଦିନ ୧୯୬୨ ପରଠାରୁ  ଗୁରୁ ଦିବସ ଭାବେ ପାଳନ କରାଯାଏ । ପାରମ୍ପାରିକ ଭାବରେ ହିନ୍ଦୁମାନଙ୍କଦ୍ୱାରା ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଗୁରୁ ପୂର୍ଣ୍ଣିମା ମଧ୍ୟ ପାଳନ କରାଯାଏ ।

କୁହାଯାଇଛି ଗୁରୁଙ୍କୁ ନମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ବର । ଈଶ୍ବରଙ୍କର ଅନ୍ୟ ରୂପ ହେଲେ ଗୁରୁ । ଶିକ୍ଷକଙ୍କ ଭୂମିକାକୁ ମନେ ପକାଇ  ଆଜି ସାରା ଦେଶ ପାଳୁଛି ପବିତ୍ର ଗୁରୁ ଦିବସ । ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମତିଥିକୁ ଗୁରୁଦିବସ ଭାବେ ପାଳନ କରାଯାଉଛି । ବିନା ଗୁରୁରେ କେହି କେବେ ସଫଳତାର ଶିଖର ଛୁଇଁପାରିନାହାନ୍ତି । କଞ୍ଚା ମାଟି ପିଣ୍ଡୁଳାକୁ ସୁନ୍ଦର ପ୍ରତିମା ରୂପେ ଗଢିବାରେ ନିରନ୍ତ ଚେଷ୍ଟା କରିଥାନ୍ତି ଗୁରୁ ।

ବାପାମାଆଙ୍କ ପରେ ଗୁରୁ ହିଁ ଜୀବନରେ ଆଗକୁ ବଢିବା ପାଇଁ ସଠିକ ମାର୍ଗ ଦେଖାଇଥାଆନ୍ତି । ଶିକ୍ଷା ପ୍ରଦାନ ସହ ଜୀବନକୁ ମାର୍ଜିତ ଓ ଶୃଙ୍ଖଳିତ କରିବାରେ ତାଙ୍କ ଭୂମିକା ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ । ଆମ ଭାରତୀୟ ସଂସ୍କୃତି ଗୁରୁ-ଶିଷ୍ଯର ପରମ୍ପରା ଉପରେ ପ୍ରତିଷ୍ଠିତ । ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ରାଷ୍ଟ୍ରପତି ଥିବା ସମୟରେ ଛାତ୍ରଛାତ୍ରୀତାଙ୍କର ଜନ୍ମଦିନ ପାଳନ କରିବାକୁ କହିଥିଲେ । ମାତ୍ର ସେ ସେମାନଙ୍କୁ ନିଜ ଜନ୍ମଦିନ ପାଳିବାକୁ ମନା କରିଥିଲେ । ଜନ୍ମଦିନ ପାଳନ କରିବା ଅପେକ୍ଷା ଏହି ଦିନକୁ ଗୁରୁମାନଙ୍କ ଦିବସ ଭାବେ ପାଳନ କରାଗଲେ ତାହା ବଡ଼ ସମ୍ମାନ ହେବ ବୋଲି କହିଥିଲେ । ଶିକ୍ଷାପ୍ରତି ଥିବା ତାଙ୍କ ଅବଦାନକୁ ସମ୍ମାନ ଜଣାଇ ସେବେଠୁ ତାଙ୍କ ଜନ୍ମଦିବସକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି ।

Leave a Reply

Your email address will not be published. Required fields are marked *