ଦିଲ୍ଲୀ ଏନସିଆରରେ ବୁଲାକୁକୁରଙ୍କୁ ନେଇ ଏବେ ରାଜନୀତି ଜୋର ଧରିଛି । ଦଳେ କହୁଛନ୍ତି ବନ୍ଧ୍ୟାକରଣ କରାଯାଉ । ଆଉ ଏକ ଗୋଷ୍ଠୀ ଏହାକୁ ବିରୋଧ କରୁଛନ୍ତି । ବୁଲା କୁକୁର ମାମଲାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟଙ୍କ ବୃହତ୍ତର ବେଂଚ। ପୂର୍ବ ଶୁଣାଣିକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି । ଡଗ ଲଭରମାନେ ଏନେଇ ରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି ।
କୁକୁରମାନଙ୍କୁ ପୋଷ୍ୟଭାବେ ଗ୍ରହଣ କରିବାକୁ ଅନୁମତି ଦିଆଯାଇଛି କିନ୍ତୁ ପୁନଃ ଛାଡ଼ି ଦିଆଯିବ ନାହିଁ। ଉଲ୍ଲଂଘନ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି। ପୂର୍ବରୁ ଏକ ଭିନ୍ନ ଖଣ୍ଡପୀଠ ଦ୍ୱାରା ଶୁଣାଣି କରାଯାଉଥିବା ଏହି ମାମଲା ଏବେ ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଏବଂ ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଦ୍ୱାରା ବିଚାର କରାଯିବ। ଯେଉଁ ବିଚାରପତିମାନେ ପୂର୍ବୁର ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦେଇଛନ୍ତି ସେମାନେ ଏ ଖଣ୍ଡପୀଠର ଅଂଶ ନୁହଁନ୍ତି।
ଏହି ସ୍ୱତନ୍ତ୍ର ଖଣ୍ଡପୀଠ ବୁଲା କୁକୁର ସମସ୍ୟା ସହିତ ଜଡିତ ଅନେକ ଆବେଦନର ଶୁଣାଣି କରିବେ। ଗତ ସୋମବାର ଦିନ ଦିଲ୍ଲୀ ଏନସିଆରର ବିଭିନ୍ନ ସଂଗଠନକୁ ତୁରନ୍ତ ବୁଲା କୁକୁରମାନଙ୍କୁ ଧରି ବନ୍ଧ୍ୟାକରଣ କରିବା ଏବଂ ସେମାନଙ୍କୁ ସ୍ଥାୟୀ ଭାବରେ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇ, ଦିଲ୍ଲୀ ସରକାର, ଦିଲ୍ଲୀ ନଗର ନିଗମ, NDMC ଏବଂ ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଏବଂ ଫରିଦାବାଦର ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ୮ ସପ୍ତାହ ମଧ୍ୟରେ ଜାତୀୟ ରାଜଧାନୀ ଅଞ୍ଚଳରେ ଏପରି ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କୁକୁର ଆଶ୍ରୟସ୍ଥଳ ତିଆରି କରିବା ସହ ଏ ନେଇ କୋର୍ଟକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଶ୍ରୟସ୍ଥଳଗୁଡ଼ିକରେ ବୁଲା କୁକୁରମାନଙ୍କୁ ବନ୍ଧ୍ୟାକରଣ ଏବଂ ଟୀକାକରଣ କରିବା, ରାସ୍ତା, କଲୋନୀ କିମ୍ବା ସାର୍ବଜନୀନ ସ୍ଥାନରେ ନଛାଡି ର ଯତ୍ନ ନେବା ପାଇଁ ପର୍ଯ୍ୟାପ୍ତ କର୍ମଚାରୀ ମୁତୟନ କରିବାକୁ କହିଥିଲେ ସର୍ବୋଚ୍ଚ ଅଦାଲତ।









