ଆଜି ଅପରାହ୍ନ ୪ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପାଇଁ ବଛାଯାଇଥିବା ବିଜେତାମାନଙ୍କୁ ସମ୍ମାନିତ କରିଛନ୍ତି। ଏହି ପୁରସ୍କାରଗୁଡ଼ିକ ୨୦୨୩ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରକୁ ନେଇ ପ୍ରଦାନ କରାଯାଇଛି।ଶାହରୁଖ ଖାନ, ବିକ୍ରାନ୍ତ ମେସି ଏବଂ ରାଣୀ ମୁଖାର୍ଜୀଙ୍କ ଭଳି କଳାକାର ଆଜି ବିଜ୍ଞାନ ଭବନରେ ପହଞ୍ଚି ପୁରସ୍କାର ଗ୍ରହଣ କରିଛନ୍ତି। ଶାହରୁଖ ଖାନଙ୍କୁ ପୁରସ୍କାର ମିଳିବା ପରେ ଏବେ ତାଙ୍କ ପ୍ରଶଂସକମାନେ ବହୁତ ଖୁସି। ଏହା ତାଙ୍କ ପାଇଁ ବିଶେଷ କାରଣ ଏହା ତାଙ୍କ କ୍ୟାରିଅରର ପ୍ରଥମ ଜାତୀୟ ପୁରସ୍କାର।
ଅଗଷ୍ଟ ୧ ତାରିଖରେ ଜାତୀୟ ପୁରସ୍କାର ବିଜେତାମାନଙ୍କ ନାମ ଘୋଷଣା କରାଯାଇଥିଲା। ବଲିଉଡରୁ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଅନେକ ତାରକାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହା ସହିତ ମାଲାୟଲମ ଅଭିନେତା ମୋହନଲାଲଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି।
ଜାତୀୟ ପୁରସ୍କାର ବିଜେତାଙ୍କ ତାଲିକା।
ଶ୍ରେଷ୍ଠ ଅଭିନେତା – ଶାହରୁଖ ଖାନ (ଯବାନ) ଏବଂ ବିକ୍ରାନ୍ତ ମେସି (12th Fail)
ଶ୍ରେଷ୍ଠ ଅଭିନେତ୍ରୀ – ରାନୀ ମୁଖାର୍ଜୀ (ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ)
ଶ୍ରେଷ୍ଠ ନିର୍ଦ୍ଦେଶକ – ସୁଦୀପ୍ତୋ ସେନ୍ (ଦି କେରଳ ଷ୍ଟୋରୀ)
ଶ୍ରେଷ୍ଠ ଫିଚର ଫିଲ୍ମ – 12th Fail
ଶ୍ରେଷ୍ଠ ଷ୍ଟଣ୍ଟ କୋରିଓଗ୍ରାଫି – ହନୁମାନ (ତେଲୁଗୁ)
ଶ୍ରେଷ୍ଠ କୋରିଓଗ୍ରାଫି – ରକି ଅର ରାନୀ କି ପ୍ରେମ କାହାନି (ଢ଼ିଣ୍ଡୋରା ଗୀତ ପାଇଁ)
ଶ୍ରେଷ୍ଠ ସହ ଅଭିନେତା – ବିଜୟରାଘବନ୍ (ପୁକ୍କାଲମ୍), ମୁଥୁପେଟାଇ ସୋମୁ ଭାସ୍କର (ପାର୍କିଂ)
ଶ୍ରେଷ୍ଠ ସହ ଅଭିନେତ୍ରୀ – ଉର୍ବଶୀ (ଉଲ୍ଲୋଜୁକ୍କୁ), ଜାନକୀ ବୋଦିୱାଲା (ବସ୍)
ଶ୍ରେଷ୍ଠ ତାମିଲ ଚଳଚ୍ଚିତ୍ର – ପାର୍କିଂ।
ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର – ଭଗବନ୍ତ କେଶରୀ।
ଶ୍ରେଷ୍ଠ ମରାଠୀ ଚଳଚ୍ଚିତ୍ର – ଶ୍ୟାମଚି ଆଏ।
ଶ୍ରେଷ୍ଠ ମାଲାୟାଲମ୍ ଚଳଚ୍ଚିତ୍ର – ଉଲ୍ଲୋଜୁକ୍କୁ।
ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର – କଟହଲ୍।
ଶ୍ରେଷ୍ଠ ଗୁଜୁରାଟୀ ଚଳଚ୍ଚିତ୍ର – ବଶ୍।
ଶ୍ରେଷ୍ଠ ବଙ୍ଗାଳୀ ଚଳଚ୍ଚିତ୍ର – ଡିପ୍ ଫ୍ରିଜ୍।









