ମାଲେଗାଓଁ ରାୟ: ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ

ମହାରାଷ୍ଟ୍ର ମାଲେଗାଓଁ ବିସ୍ଫୋରଣ ମାମଲାରେ ଏନଆଇଏର ସ୍ୱତନ୍ତ୍ର କୋର୍ଟ ରାୟ ଶୁଣାଇଛନ୍ତି । ୨୦୦୮ ମସିହାରେ ହୋଇଥିବା ଏହି ବିସ୍ଫୋରଣରେ ୬ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧ଶହରୁ ଅଧିକ ଲୋକ ଗୁରୁତର ହୋଇଥିଲେ ।

ବିଜେପିର ପୂର୍ବତନ ସାଂସଦ ସାଧ୍ୱୀ ପ୍ରଜ୍ଞା, ଲେଫ୍ଟାନାଣ୍ଟ କର୍ନଲ ପ୍ରସାଦ ପୁରୋହିତଙ୍କ ସମେତ ୭ ଜଣଙ୍କ ବିରୋଧରେ ଏନେଇ ମାମଲା ଚାଲିଥିଲା । ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି କି ସାଧ୍ୱୀପ୍ରଜ୍ଞା ଓ କର୍ନଲ ପୁରୋହିତଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ।
ଏନଆଇଏ କୋର୍ଟ ସାଧ୍ୱୀ ପ୍ରଜ୍ଞା ଓ କର୍ନଲ ପୁରୋହିତଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟ କହିଛନ୍ତି କି, ଅଭିଯୁକ୍ତଙ୍କ ବିରୋଧରେ କୌଣସି ପ୍ରମାଣ ନାର୍ହି । ଏହାସହ ଯାଂଚ କରୁଥିବା ଏଜେନ୍ସି ପ୍ରମାଣ କରିପାରିନାହିଁ କି, ଯେଉଁ ମୋଟରସାଇକେଲ ମାଧ୍ୟମରେ ବିସ୍ଫୋରଣ କରାଯାଇଥିଲା ତାହା ସାଧ୍ୱୀପ୍ରଜ୍ଞାଙ୍କର ବୋଲି ।

୨୦୦୮ ମସିହାରେ ମହାରାଷ୍ଟ୍ରର ମାଲେଗାଓଁରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ୧୭ ବର୍ଷ ପରେ NIA ସ୍ବତନ୍ତ୍ର କୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। କୋର୍ଟ ମାଲେଗାଓଁ ବିସ୍ଫୋରଣର ପୀଡିତଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ୫୦ ହଜାର ଟଙ୍କା ଦେବାକୁ କୁହାଯାଇଛି।
ଏହି ବିସ୍ଫୋରଣ ୨୯ ସେପ୍ଟେମ୍ବର ୨୦୦୮ରେ, ପବିତ୍ର ରମଜାନ ଏବଂ ନବରାତ୍ରି ପୂର୍ବରୁ ଘଟିଥିଲା, ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ସରକାରୀ ଓକିଲ ଏବଂ ପ୍ରତିରକ୍ଷା ପକ୍ଷରୁ ଶୁଣାଣି ଏବଂ ଚୂଡ଼ାନ୍ତ ଯୁକ୍ତି ସମାପ୍ତ କରିବା ପରେ କୋର୍ଟ ୧୯ ଏପ୍ରିଲରେ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ। ଏକ ଲକ୍ଷରୁ ଅଧିକ ପୃଷ୍ଠାର ପ୍ରମାଣ ଏବଂ ଦଲିଲ ଯୋଗୁ କୋର୍ଟ ରାୟ ଘୋଷଣା କରିବାକୁ ଏତେ ସମୟ ନେଇଥିଲେ।

Leave a Reply

Your email address will not be published. Required fields are marked *