ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ମାମଲାକୁ ନେଇ ତାତିଲା ବିଜେଡି

ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣା ଉପରେ ଏସ୍ପିଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ବିଜେଡ଼ି ରାଜ୍ଯ ମହିଳା ମୋର୍ଚ୍ଚାର ସ୍ୱତନ୍ତ୍ର ଟିମ୍। ମୁକ୍ତେଶ୍ଵର ମନ୍ଦିର ନିକଟ ଜଙ୍ଗଲରେ ଗତ ଶନିବାର ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଦ୍ବିତୀୟ ଅଭିଯୁକ୍ତ କାଳିଆକୁ ପୁଲିସ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରୁ ଧରି ପୁରୀକୁ ଆଣୁଛି ସେ ପୁରୀରେ ଆଜି ପହଞ୍ଚିବାପରେ ତାକୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି।

ସେହିପରି ମୁଖ୍ୟ ଅଭିଯୁକ୍ତ ବ୍ରହ୍ମଗିରି ଥାନା ଚଣ୍ଡିପୁଟର ଶିବ ସାହୁର ଭାଇକୁ ମଧ୍ୟ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇଛି। ତେବେ ପୀଡ଼ିତାଙ୍କୁ ଭେଟିଲା ବିଜେଡି ରାଜ୍ଯ ମହିଳା ମୋର୍ଚ୍ଚା। ବିଜେଡି ଏହାକୁ ଗୁରୁତ୍ବର ସହିତ ନେଇଛି। ବିଜେଡିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ ପ୍ରମୁଖ ଏକ ଟିମ୍ ପୀଡ଼ିତାଙ୍କ ଘରକୁ ଯାଇ ସାକ୍ଷାତ କରି ସମବେଦନା ଜଣାଇଛି। ପୁରୀରେ ଏସ୍‌ପିଙ୍କୁ ସାକ୍ଷାତ କରି ଅଭିଯୁକ୍ତମାନଙ୍କ ପ୍ରତି କଡ଼ା ପଦକ୍ଷେପ ନେବାକୁ ଦାବି କରିଛି ବିଜେଡ଼ି ମହିଳା ମୋର୍ଚ୍ଚା।

Leave a Reply

Your email address will not be published. Required fields are marked *