ନିର୍ବାଚନ କମିସନଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଚେତାବନୀ

ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଗ୍ରହଣ କରିଥିବା ପଦ୍ଧତିରେ ଯଦି କୌଣସି ବେଆଇନ ଜିନିଷ ଥାଏ ତେବେ ନିର୍ବାଚନ ହେବାକୁ ଥିବା ବିହାରରେ ଭୋଟର ତାଲିକାର ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍)କୁ ରଦ୍ଦ କରାଯିବ ବୋଲି ସୋମବାର ସୁପ୍ରିମ୍‌କୋର୍ଟ କହିଛନ୍ତି।
ଏହି ସର୍ଭେ ବିରୋଧରେ ମାମଲାର ଶୁଣାଣି କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଶୀର୍ଷ ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ କର୍ତ୍ତୃପକ୍ଷ ହୋଇଥିବାରୁ ସେମାନେ ଏସ୍‌ଆଇଆର୍‌ରେ ଆଇନ ଓ ବାଧ୍ୟତାମୂଳକ ନିୟମ ପାଳନ କରୁଛନ୍ତି ବୋଲି ଅନୁମାନ କରାଯାଉଛି। ବିହାରରେ ଏସ୍‌ଆଇଆର୍‌ର ବୈଧତା ଉପରେ ଚୂଡ଼ାନ୍ତ ଯୁକ୍ତି ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ଅକ୍ଟୋବର ୭କୁ ଧାର୍ଯ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *