ଇକ୍ ଥର୍ମାଲ, ଓପିଜିସିର ୪୨ତମ ପ୍ରତିଷ୍ଠା ଦିବସ ଇବ୍ ତାପଜ ବିଦ୍ୟୁତ କେନ୍ଦ୍ର ପରିସରରେ ପାଳନ କରାଯାଇଛି। ନିର୍ଦେଶକ ଅପେରସନ ଅଞ୍ଜନ ରଞ୍ଜନ ଦାଶଙ୍କ ଦ୍ଵାରା ଇବ ଥର୍ମାଲ ପାୱାର୍ ଷ୍ଟେସନ ସ୍ଥିତ ହେଲିପ୍ୟାଡ୍ ପଡ଼ିଆରେ ଓପିଜିସିର ଧ୍ବଜାରୋହଣ ମାଧ୍ୟମରେ ଉତ୍ସବ ଶୁଭାରମ୍ଭ କରାଯାଇଥିଲା। ଏଥିରେ ସିନିୟର ଭିପି ଅପରେସନ୍ ସୁକାନ୍ତ ମହାପାତ୍ର, ମାନବ ସମ୍ବଳ ଅଧିକାରୀ ଶୁଭାଶିଷ ମୁଖାର୍ଜୀ, ଅନ୍ୟ ବିଭାଗ ମୁଖ୍ୟ ଓ କର୍ମଚାରୀ ଉପସ୍ଥିତ ଥିଲେ। ଶୁକ୍ରବାର ସକାଳେ ମିନି ମାରାଥନ ଦୌଡ଼ କରାଯାଇଲା। ଏଥିରେ ୬୦୦ରୁ ଅଧିକ ମହିଳା, ପୁରୁଷ ଓ ଛାତ୍ରଛାତ୍ରୀ ଭାଗ ନେଇଥିଲେ। କର୍ମଚାରୀ ବର୍ଗରେ କୌଶିକ ଘୋଷ ପ୍ରଥମ, ଶେଖ ମଜହାର ଦ୍ଵିତୀୟ, ଭଗମତ ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ମହିଳା ବର୍ଗରେ ନଳିନୀ ପ୍ରଧାନ ପ୍ରଥମ, ଦୀପ୍ତି ମଜ ଦ୍ଵିତୀୟ, ପଲୋମୀ ସିହ୍ନା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶିଶୁ ବର୍ଗରେ ପପୁ ଜେନା ପ୍ରଥମ, ଯୋହନ କୁମାର ପ୍ରଧାନ ଦ୍ଵିତୀୟ,ପ୍ରତ୍ୟୁଷ କୁମାର ଦଣ୍ଡସେନା ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଜୟୀଙ୍କୁ ସ୍ବର୍ଣ୍ଣ,ରୌପ୍ୟ ଓ ବ୍ରୋଞ୍ଜ ପଦକ ଦ୍ଵାରା ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଇବ୍ ଥର୍ମାଲ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୪୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା |ପରିଚାଳନା ନିର୍ଦେଶକ କେଦାର ରଞ୍ଜନ ପାଣ୍ଡୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଇବ ଥର୍ମାଲ କର୍ମଚାରୀମାନଙ୍କୁ ପ୍ରତିଷ୍ଠା ଦିବସର ଅଭିନନ୍ଦନ ଜଣାଇଥିଲେ। ଦ୍ଵିତୀୟ ଦିନରେ ରାଜୀବ ଗାନ୍ଧୀ, ପଡିଆରେ ଓପିଜିସିର ବରିଷ୍ଠ ବନାମ ଯୁବ କର୍ମଚାରୀ, ପ୍ରଦର୍ଶନୀ କ୍ରିକେଟ୍ ମ୍ୟାଚ ଏବଂ ଆସୋସିଏଟ ବନାମ କର୍ମଚାରୀ ପ୍ରଦର୍ଶନୀ ଫୁଟବଲ୍ ମ୍ୟାଚ୍ ଖେଳ ହୋଇଥିଲା।









