ଯୁଦ୍ଧ ବନ୍ଦ ହେବ କି ?

ସାଢ଼େ ୩ ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ହ୍ବାଇଟ୍‌ ହାଉସ୍‌ର ଓଭାଲ ଅଫିସ୍‌ରେ ୟୁକ୍ରେନ ରାଷ୍ଟ୍ରପତି ‌‌ବୋଲଡିମିର ଜେଲେନସ୍କିଙ୍କ ସହ ଏନେଇ ଆଲୋଚନା କରିଛନ୍ତି।

ଆଲାସ୍କାରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗତ ଶୁକ୍ରବାର ଭେଟି ପ୍ରାୟ ୩ ଘଣ୍ଟା ଆଲୋଚନା କରିଥିଲେ  । ଏହାର ୩ ଦିନ ପରେ ଜେଲେନସ୍କିଙ୍କ ସହ ସାକ୍ଷାତ୍‌ ଯୁଦ୍ଧ ବନ୍ଦ କରିବାର ଆଶାକୁ ବଢ଼ାଇ ଦେଇଛି। ଉଭୟ ନେତା ରୁଷ୍‌ ରାଷ୍ଟ୍ରପତି ପୁଟିନଙ୍କ ସହ ମିଶି ଏକ ତ୍ରିପାକ୍ଷିକ ଆଲୋଚନା କରିବା ପାଇଁ ସହମତି ଜଣାଇଛନ୍ତି।

ଭବିଷ୍ୟତରେ ୟୁକ୍ରେନର ସୁରକ୍ଷା ଗ୍ୟାରେଣ୍ଟି ଦେବା ପାଇଁ ଟ୍ରମ୍ପ ରାଜି ହୋଇଛନ୍ତି।  ତାହା ଯୁଦ୍ଧ ବନ୍ଦ ପାଇଁ ହେବାକୁ ଥିବା ଶାନ୍ତି ରାଜିନାମାର ଏକ ଅଂଶ ‌ହେବ। ଜେଲନସ୍କିଙ୍କ ଉପସ୍ଥିତିରେ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ୟୁକ୍ରେନକୁ ପ୍ରଥମ ଧାଡ଼ିର ସୁରକ୍ଷା ୟୁରୋପୀୟ ଦେଶଗୁଡ଼ିକ ଯୋଗାଇ ଦେବେ।