ବନ୍ଧା ହେଲେ ପୁରୁଷବନ୍ଧୁ ପ୍ରମୋଦ

ପଟ୍ଟାମୁଣ୍ଡାଇ ବ୍ଲକ୍‌ କାଠିଆପଡ଼ା ଗ୍ରାମର କଲେଜ ଛାତ୍ରୀ ସଙ୍ଗୀତାଙ୍କ ମୃତ୍ୟୁ ଘଟଣାରେ ପୁରୁଷବନ୍ଧୁ ପ୍ରମୋଦ ବେହେରାଙ୍କୁ ବାନ୍ଧିଛି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୁଲିସ l ସଙ୍ଗୀତାଙ୍କ ପୁରୁଷବନ୍ଧୁ ତେରୋହୀ ଗ୍ରାମର ଯୁବକଙ୍କୁ ପୁଲିସ ଚେନ୍ନାଇରୁ ଧରି କେନ୍ଦ୍ରାପଡ଼ା ଆଣିଥିଲା।

କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କାଟେରିଆ ଫରେନ୍‌ସିକ୍‌ ବିଶେଷଜ୍ଞମାନଙ୍କ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ତେବେ ଏହା ଆତ୍ମହତ୍ୟା ନା ହତ୍ୟା, ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ଏସ୍‌ପି କହିଥିଲେ। ତଦନ୍ତ ପ୍ରକ୍ରିୟା ଠିକ୍‌ ଦିଗରେ ଚାଲିଛି।

ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ପୀଡ଼ିତା ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଥିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୁଲିସ l ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ଉପରେ। କେଶ ନମ୍ବର ୨୮୪ରେ ମାମଲା ରୁଜୁକରି ଭାରତୀୟ ନ୍ୟାୟ ସଂହିତା ୨୯୬,୭୫,୭୮,୧୦୮,୬୬ ଇ, ୬୭ଏ ପରି ସଂଗୀନ ଦଫା ଲାଗିଛି।

Leave a Reply

Your email address will not be published. Required fields are marked *