ପାକିସ୍ତାନ ଆର୍ମୀ ଚିଫ୍ ଅସୀମ ମୁନିର ଆମେରିକା ମାଟିରେ ଛିଡ଼ା ହୋଇ ପରମାଣୁ ଧମକ ଦେବାକୁ ନେଇ ଭାରତ ପକ୍ଷରୁ କଡ଼ା ପ୍ରତିକ୍ରିୟା ଦିଆଯାଇଛି । ଭାରତ ପାକିସ୍ତାନକୁ ଟାର୍ଗେଟ କରିବା ସହ ଆମେରିକାକୁ ମଧ୍ୟ ଘେରିଛି । ମୁନିରଙ୍କ ଟିପ୍ପଣୀକୁ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ଆମେରିକା ଗସ୍ତ ସମୟରେ ପାକିସ୍ତାନ ଆର୍ମୀ ଚିଫ୍ ଦେଇଥିବା ବୟାନ ଆମ ନଜରକୁ ଆସିଛି । ପରମାଣୁ ଧମକ ଦେବା ପାକିସ୍ତାନର ପୁରୁଣା ଅଭ୍ୟାସ । ଅନ୍ତରାଷ୍ଟ୍ରୀୟ ସମୁଦାୟ ପାକିସ୍ତାନର ଏମିତି ଦାୟିତ୍ବହୀନ ମନ୍ତବ୍ୟ ଉପରେ ଧ୍ୟାନ ଦେବା ସହ ଚିନ୍ତା କରିବା ଦରକାର । ପାକିସ୍ତାନ ନା କେବଳ କ୍ଷେତ୍ରୀୟ ସୁରକ୍ଷା ବରଂ ବୈଶ୍ବିକ ସୁରକ୍ଷା ପାଇଁ ବି ବିପଦ ।
ଏହାସହ ଭାରତ ସରକାର ଏହାକୁ ନେଇ ଆମେରିକାକୁ ଘେରିଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଏହା ଦୁଃଖଦାୟକ କି ମୁନିର ଏମିତି ଧମକ ଆମର ଏକ ମିତ୍ରରାଷ୍ଟ୍ର ମାଟିରେ ଛିଡ଼ା ହୋଇ ଦେଇଛନ୍ତି । ଆମେ ପୂର୍ବରୁ ସ୍ପଷ୍ଟ କରି ସାରିଛୁ, ଭାରତ ନ୍ୟୁକ୍ଲିୟର ବ୍ଲାକମେଲିଂକୁ ବରଦାସ୍ତ କରିବୁ ନାହିଁ । ଆମେ ଆମ ଦେଶର ସୁରକ୍ଷା ପାଇଁ ସବୁ ପ୍ରକାର ଚେଷ୍ଟା କରିବୁ ।ପରମାଣୁ ଆକ୍ରମଣ ଧମକ ଦେବା ପାକିସ୍ତାନର ପୁରୁଣା ଅଭ୍ୟାସ । କିନ୍ତୁ ଏହି ପରମାଣୁ ବ୍ଲାକମେଲିଂରେ ଭାରତ ଡରିବ ନାହିଁ । “ବିଶ୍ୱର ବିଭିନ୍ନ ଦେଶ ଏଥିରୁ ନିଜର ନିଷ୍କର୍ଷ ବାହାର କରିପାରିବେ ଯେ ସେହି ଦେଶରେ ପରମାଣୁ ଅସ୍ତ୍ର କାହା ନିୟନ୍ତ୍ରଣରେ ରହିଛି । ଏହା ସଂଦେହ ସୃଷ୍ଟି କରୁଛି କାରଣ ସେଠାରେ ସେନା ଓ ଆତଙ୍କବାଦୀ ଗୋଷ୍ଠୀ ହାତ ମିଳାଇଛନ୍ତି । ଏପରି ଏକ ତୃତୀୟ ବନ୍ଧୁ ଦେଶର ମାଟିରୁ ଏପରି ବୟାନ ଦିଆଯାଇଛି ଏହା ମଧ୍ୟ ଦୁଃଖଦ। କିନ୍ତୁ ଭାରତ ସ୍ପଷ୍ଟ କରୁଛି ଯେ ଏହା ପରମାଣୁ ଆକ୍ରମଣର କୌଣସି ପ୍ରକାରର ବ୍ଲାକମେଲିଂ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଆମେ ଆମର ଜାତୀୟ ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିବୁ” ଭାରତ କହିଛି ।








