ନିଆଁରେ ପୋଡି ହୋଇ ଆଉ ଜଣେ ମହିଳା ଗୁରୁତର

ପୁଣି ଜଳିଗଲେ ଜଣେ ମହିଳା। ପିପିଲିରେ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି ଜଣେ ମହିଳା। ପିପିଲି ଜୟପୁର ଛକ ନିକଟରେ ଥିବା ଭଡ଼ା ଘରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଆଜି ସଂଧ୍ୟାରେ ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆସିଥିଲେ ମହିଳା ଜଣକ। ମହିଳାଙ୍କ ଘର ପିପିଲି ଦରଜି ସାହିରେ ବୋଲି ଜଣାପଡ଼ିଛି। ସେ ଜୟପୁର ଚକ ନିକଟରେ ଥିବା ଭଡ଼ା ଘରେ ରହୁଥିଲେ। ପିପିଲି ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ମହିଳାଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ, ପୋଲିସ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *