ଜୀବନ ହାରିଲେ ବରଗଡ଼ ନାବାଳିକା

ଜୀବନ ହାରିଲେ ବରଗଡ଼ ନାବାଳିକା। ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ନାବାଳିକାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ବରଗଡ଼ ଏସପି। ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା। ଭୀମସାର ଅଧିକ୍ଷକଙ୍କ ସୂଚନା ଅନୁସାରେ ନାବାଳିକାଙ୍କ ଶରୀରର ଶତପ୍ରତିଶତ ପୋଡି ଯାଇଥିଲା। ଆଜି ସକାଳେ ବରଗଡ଼ ଗାଇସିଲେଟ ବ୍ଲକ ଫିରିଙ୍ଗିମାଳ ଗାଁରେ ନାବାଳିକା ଆତ୍ମାହୁତି ଉଦ୍ୟମ କରିଥିଲେ।

ମାମୁ ଘର ପଛ ପଟରେ ଥିବା ଫୁଟବଲ୍ ପଡ଼ିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରାଯାଇଥିଲା। ଛାତ୍ରୀ ଜଣକ ଜଳିଯାଇଥିଲେ ନା କେହି ନିଆଁ ଲଗାଇ ଦେଇଥିଲେ ତାହା ଅସ୍ପଷ୍ଟ ରହିଛି । ନାବାଳିକା ଜଣକ ପଦ୍ମପୁର ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି । ସେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ, ମାମୁଁ ଘରେ ରହୁଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ନାବାଳିକାକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅନ୍ୟପଟେ ଏହି ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି ।

Leave a Reply

Your email address will not be published. Required fields are marked *