ଓଡ଼ିଆ ଅସ୍ମିତାକୁ ସଂକଟରୁ ଉଦ୍ଧାର କରି ତାକୁ ପୁନର୍ଜୀବିତ କରିବା ଆମ ଦାୟିତ୍ୱ। ଆଜିର ଦିବସ ଗର୍ବ ଏବଂ ସ୍ମରଣର ଦିନ। ହସ୍ତତନ୍ତ୍ର କ୍ଷେତ୍ର କେବଳ ଆମର ଆର୍ଥିକ ମେରୁଦଣ୍ଡ ନୁହେଁ ବରଂ ଆମର ଗର୍ବ ଏବଂ ଗାରିମାର ପର୍ବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ହସ୍ତତନ୍ତ ଦିବସ ୨୦୨୫ ଉପଲକ୍ଷେ ରାଜ୍ୟ ସରକାର ଓଡ଼ିଶାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଏକତା’ ଭୁବନେଶ୍ବରର ଜନତା ମଇଦାନରେ ଆୟୋଜନ ବେଳେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ରାଜ୍ୟପାଳ ହରି ବାବୁ କମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ମାଧୁରୀ ଦୀକ୍ଷିତ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଓଡ଼ିଶା ହ୍ୟାଣ୍ଡଲୁମର ବ୍ରାଣ୍ଡ ଆମ୍ବାସାଡର ଭାବେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ନାମ ଘୋଷଣା କରିଥିଲେ । ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡିଶା ହ୍ୟାଣ୍ଡଲୁମର ପ୍ରଚାରପ୍ରସାର ଅଭିନେତ୍ରୀ ମାଧୁରୀ ଦୀକ୍ଷତ କରିବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ସମସ୍ତ ବୁଣାକାରମାନଙ୍କର ଉଦେଶ୍ୟରେ ୨୦୧୫ ରୁ ପ୍ରଧାନମନ୍ତ୍ରୀ ଜାତୀୟ ହସ୍ତତନ୍ତ ଦିବସର ଆରମ୍ଭ କରିଥିଲେ। ୨୦୧୫-୨୦୨୫ ମଧ୍ୟରେ ସମଗ୍ର ଦେଶରେ ୧ ଲକ୍ଷ୍ୟ ୫୦ କୋଟିର ଖଦି ଏବଂ ହସ୍ତତନ୍ତ ସାମଗ୍ରୀରା ବିକ୍ରି ହୋଇଛି । ବିକ୍ରିରେ ୩୧୫ ପ୍ରତିଶତ ବୃଦ୍ଧି ଏବଂ ଉତ୍ପାଦନରେ ୪୦୦ ପ୍ରତିଶତ ବୃଦ୍ଧି ହୋଇଛି । ନିଯୁକ୍ତି କ୍ଷେତ୍ରରେ ସମଗ୍ର ଦେଶରେ କେବଳ ଖଦି ଏବଂ ହସ୍ତତନ୍ତ କ୍ଷେତ୍ରରେ ୮୧ ପ୍ରତିଶତ ବୃଦ୍ଧି ହୋଇଛି ।









