କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ରାଜନୀତି ଜୋର ଧରିଲା

କେନ୍ଦ୍ରାପଡ଼ାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ନେତାମାନେ  ସରକାର ପୋଲିସ ଉପରେ ପ୍ରଶ୍ନ ଉଠାଇଛନ୍ତି।

ବିଜେପିର ୧୫ ଜଣିଆ ଦଳ ପରିବାରକୁ ଭେଟି ଘଟଣାକୁ ନିନ୍ଦା କରିଛି। ନେତ୍ରୀ ଅର୍ଚ୍ଚନା ନାୟକ କହିଛନ୍ତି ଯେ ସରକାର ଘଟଣାକୁ ଗୁରୁତର ଭାବେ ନେଇଛନ୍ତି, ପୋଲିସ ତଦନ୍ତ ଚାଲିଛି, ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଅବସରରେ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ର ବରିଷ୍ଠ ନେତ୍ରୀ ସସ୍ମିତା ବେହେରା । ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ସସ୍ମିତା । ଅନ୍ୟପଟେ ବିଜେପି ସରକାର ଆସିବା ପରେ ନାରୀ ସୁରକ୍ଷାରେ ବିଫଳ ବୋଲି କହିଛନ୍ତି ସିପିଆଇଏମ ନେତା ଗୟାଧର ଧଳ । ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ଛାତ୍ରୀ ଆତ୍ମାହୁତି ଘଟଣାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ କରିଛନ୍ତି। ମୃତ ଛାତ୍ରୀଙ୍କ ଆତ୍ମାର ସଦଗତି କାମନା ସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ନବୀନ। ଏହି ଅପୂରଣୀୟ କ୍ଷତିର ସାମ୍ନା କରିବାକୁ ପରିବାରବର୍ଗଙ୍କୁ ଭଗବାନ ଅପାର ଶକ୍ତି ପ୍ରଦାନ କରନ୍ତୁ। ମାସକ ମଧ୍ୟରେ ତିନି ତିନିଟି ନାବାଳିକା ସମାନ ସ୍ଥିତିରେ ଜୀବନ ହାରିଲେଣି। ଜୁଇରେ ଜଳିଯାଇଛି ନିରୀହ ଜୀବନ।ପ୍ରଶାସନିକ ସ୍ଥାଣୁତା ଯୋଗୁଁ ସ୍ପଷ୍ଟ ଦିବାଲୋକରେ ଆମ ମାଟିର ୩ ଜଣ ଝିଅ ଜୀବନ ଯାଇଛି। ସବୁ କ୍ଷେତ୍ରରେ ପ୍ରଶାସନିକ ବିଫଳତା ସ୍ପଷ୍ଟ ହୋଇଛି।

Leave a Reply

Your email address will not be published. Required fields are marked *