ଏଫଏମ ଛାତ୍ରୀ ଆତ୍ମଦାହ ମାମଲା, ବନ୍ଧା ହେଲେ ଦୁଇ ଛାତ୍ର

ବାଲେଶ୍ବରର ଫକୀର ମୋହନ (ଏଫଏମ) ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ୨୦ ବର୍ଷୀୟ ଛାତ୍ରୀଙ୍କ ଆତ୍ମଦାହ ଘଟଣା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଗତ ଜୁଲାଇ ୧୨ ତାରିଖରେ ଘଟିଥିବା ଏହି ଦୁଃଖଦ ଘଟଣାର ୨୩ ଦିନ ପରେ ଓଡ଼ିଶା କ୍ରାଇମବ୍ରାଞ୍ଚ ଦୁଇ ଅଭିଯୁକ୍ତ ଶୁଭ୍ର ସମ୍ବିତ ନାୟକ ଜ୍ୟୋତି ପ୍ରକାଶ ବିଶ୍ବାଳଙ୍କୁ ଗିରଫ କରିଛି।

ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବହୁଚର୍ଚ୍ଚିତ ଇଣ୍ଡିଗ୍ରେଟେଡ଼ ବିଏଡ଼ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାର ୨୩ ଦିନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ ଟିମ l ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିବା ଦୁଇ ଜଣ ଛାତ୍ରଙ୍କୁ ରବିବାର ବିଳମ୍ବିତ ରାତିରେ ଗିରଫ କରାଯାଇଛି l ଗିରଫ ଛାତ୍ର ହେଲେ ଜ୍ୟୋତି ପ୍ରକାଶ ବିଶ୍ୱାଳ ଓ ଶୁଭ୍ର ସମ୍ବିତ ନାୟକ l ଉଭୟଙ୍କୁ ରାତିରେ ବାଲେଶ୍ୱର ଏସଡ଼ିଜେଏମଙ୍କ ଆବାସିକ କାର୍ଯ୍ୟାଳୟରେ ହଜାର କରାଯାଇଥିଲା l ଜାମିନ ନାମଞ୍ଜୁର ହେବାରୁ ଦୁହିଁକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।

ଜ୍ୟୋତି ପ୍ରକାଶ ପୀଡିତା ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ଆହତ ହୋଇଥିଲେ l କଟକ ମେଡିକାଲରେ ଚିକିତ୍ସିତ ହୋଇ କିଛି ଦିନ ପୂର୍ବରୁ ଘରକୁ ଫେରିଥିଲେ l ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ ପକ୍ଷରୁ ଘଟଣା ସମ୍ପର୍କରେ ପଚରାଉଚୁରା କରାଯାଇଥିଲା। ଅପରପକ୍ଷରେ ଶୁଭ୍ର ସମ୍ବିତ ଏବିଭିପି ଛାତ୍ର ସଂଗଠନର ରାଜ୍ୟ ଯୁଗ୍ମ ସମ୍ପାଦକ ଦାୟିତ୍ୱରେ ରହିଛନ୍ତି l

ବିଭାଗୀୟ ଏଚଓଡି ସମୀର ସାହୁଙ୍କ ନିର୍ଯାତନାର ଶିକାର ହୋଇଥିଲେ ସୌମ୍ୟାଶ୍ରୀ l ନ୍ୟାୟ ନପାଇ ଗତ ଜୁଲାଇ ୧୨ ତାରିଖରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ସେ ପୋଡି ହୋଇଥିଲେ। ୧୪ ରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ତାଙ୍କର ମୃତ୍ୟୁ ଘଟିଥିଲା l ଏହି ସମ୍ବେଦନଶିଳ ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା l

ଜୁଲାଇ ୧୨ରେ ଏଫଏମ କଲେଜ ପରିସରରେ ଜଣେ ଛାତ୍ରୀ ପେଟ୍ରୋଲ ଢାଳି ଆତ୍ମଦାହ ଉଦ୍ୟମ କରିଥିଲେ। ସେ କଲେଜର ଜଣେ ଶିକ୍ଷକ ସମୀର ସାହୁଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ, ଯାହା କଲେଜର ଆଭ୍ୟନ୍ତରୀଣ ତଦନ୍ତ କମିଟି ଦ୍ବାରା ଯାଞ୍ଚ କରାଯାଇ ଅସ୍ବୀକୃତ ହୋଇଥିଲା। ଏହି ଅଭିଯୋଗ ଉପେକ୍ଷା ହେବା ପରେ ଛାତ୍ରୀ ଜଣଙ୍କ ଜୁଲାଇ ତାରିଖରୁ କଲେଜ ବାହାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରୁଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମସରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଜୁଲାଇ ୧୪ରେ ୯୫% ଜଳିଯାଇଥିବା ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।

ଘଟଣାର ଗମ୍ଭୀରତା ରାଜ୍ୟବ୍ୟାପୀ ବିକ୍ଷୋଭ ପରେ ମାମଲାଟି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ଅନୁସନ୍ଧାନରେ କ୍ରାଇମବ୍ରାଞ୍ଚ ଡିଜିଟାଲ ପ୍ରମାଣ, ସିସିଟିଭି ଫୁଟେଜ ଏବଂ ସାକ୍ଷୀଙ୍କ ବୟାନ ଆଧାରରେ ଦୁଇ ଛାତ୍ର ଶୁଭ୍ର ସମ୍ବିତ ନାୟକ ଜ୍ୟୋତି ପ୍ରକାଶ ବିଶ୍ବାଳଙ୍କୁ ଗିରଫ କରିଛି। ଉଭୟଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରରୋଚନା ହତ୍ୟା ଷଡ଼ଯନ୍ତ୍ରର ଅଭିଯୋଗ ଆଣିଛି। ଗତ ରବିବାର ରାତି ପ୍ରାୟ ସାଢ଼େ ୧୧ଟାରେ ଉଭୟଙ୍କୁ ନିଜ ନିଜ ବାସଭବନରୁ ଗିରଫ କରାଯାଇ ବାଲେଶ୍ବର ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ଉଭୟଙ୍କୁ ୧୫ ଦିନ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *