ବାଣିଜ୍ୟ କ୍ଷେତ୍ରରେ ଚୀନର ସ୍ଥାନ ନେଉଛି ଭାରତ

ବିଶ୍ୱର ସର୍ବବୃହତ ଅର୍ଥନୀତି ଆମେରିକାରେ କିନ୍ତୁ ଏବେ  ଭାରତରୁ ଆମଦାନୀ ବୃଦ୍ଧି ପାଉଛି । ଏଥିସହ ଏବେ  ଚୀନରୁ ଆମଦାନୀ ହ୍ରାସ ପାଉଥିବା ଦେଖିବାକୁ ମିଳିଛି  । ୨୦୨୫  ଆରମ୍ଭରୁ ମେ ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ, ଆମେରିକାର ମୋଟ ଆମଦାନୀରେ ଭାରତର ଅଂଶ ୩.୧% କୁ ବୃଦ୍ଧି ପାଇଥିବା ବେଳେ  ଯାହା ଗତ ବର୍ଷ ଏହି ସମୟରେ ୨.୯%   ଥିଲା । କିନ୍ତୁ ଆମେ ଯଦି ଚୀନର ଆମଦାନୀ ଦେଖିବା ତେବେ  ସେହି ସମୟରେ, ଚୀନର ଅଂଶ ୨.୭%  ହ୍ରାସ ପାଇଛି ।
କିନ୍ତୁ ଏବେ ଏଉ ଏକ ଭିନ୍ନ କାହାଣୀ ଦେଖିବାକୁ ମିଳିଛି । ଯାହା ବର୍ତ୍ତମାନ ରାଜନୀତି  ଚିତ୍ର ବଦଳାଇ ଦେଇଛି। କିନ୍ତୁ ଏହି ପରିବର୍ତ୍ତନ ପଛରେ ମୁଖ୍ୟ କାରଣ ହେଉଛି ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ଭୂ ରାଜନୈତିକ ଉତ୍ତେଜନା । ଭାରତ, ତାଇୱାନ ଏବଂ ସ୍ୱିଜରଲ୍ୟାଣ୍ଡ ଭଳି ଦେଶଗୁଡ଼ିକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଠୋର ବାଣିଜ୍ୟ ନୀତି ଏବଂ ଚୀନ୍ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ରଣନୀତିର ସିଧାସଳଖ ଲାଭ ପାଉଛନ୍ତି ।
କିନ୍ତୁ ଏବେ ପ୍ରଯୁକ୍ତିବିଦ୍ୟା ଏବଂ ବୟନ ଶିଳ୍ପରେ ଭାରତର ଆମଦାନୀ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *