ଶ୍ରୀମନ୍ଦିରରେ ପବିତ୍ର ଦେବ ଦୀପାବଳୀ ନୀତି ଅନୁଷ୍ଠିତ : ଦୀପ ଦାନ କଲେ ହଜାର ହଜାର ଶ୍ରଦ୍ଧାଳୁ

ଶ୍ରୀମନ୍ଦିରରେ ପବିତ୍ର ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହୋଇଛି । ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।  ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁ ଦଶରଥ ଏବଂ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ସହ ଶ୍ରାଦ୍ଧ ଦେଇଛନ୍ତି। ତେଣୁ ଶ୍ରାଦ୍ଧ ବେଶରେ ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଥିବା ବେଳେ ଭକ୍ତଙ୍କୁ ଶ୍ରାଦ୍ଧ ବେଶରେ ଦର୍ଶନ ମଧ୍ୟ ଦେଇଛନ୍ତି ।  ପୂଜାପଣ୍ଡା ସେବାୟତମାନେ ଏହି ପିଣ୍ଡଦାନ କରିଥାନ୍ତି।  ସନ୍ଧ୍ୟା ଧୂପ ନୀତି ବଢ଼ିବା ପରେ ଅଦିତି ଓ କାଶ୍ୟପଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁ ଦୀପଦାନ ସହିତ ଶ୍ରାଦ୍ଧ ପ୍ରଦାନ କରିଥିଲେ। ସେହିପରି ଶୁକ୍ରବାର ତୃତୀୟ ଦିନ ପ୍ରତିପଦା ତିଥିରେ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଦୀପଦାନ ସହ ଶ୍ରାଦ୍ଧ ତର୍ପଣ କରିବେ ମହାପ୍ରଭୁ।   ଓଡ଼ିଶା ଇଣ୍ଟରନ୍ୟାସନାଲ୍ ସେଣ୍ଟର ପକ୍ଷରୁ ସନ୍ଧ୍ୟାରେ ବଡ଼ଦାଣ୍ଡରେ ଏକଲକ୍ଷ ଦୀପ ଜଳିଥିଲା। ବିଶ୍ବର କଲ୍ୟାଣ ସହ ଜଗତର ମଙ୍ଗଳ କାମନା ପାଇଁ ଏହି ଦୀପଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *