ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ

ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ। ନୂଆପଡ଼ା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପାର୍ଥୀପତ୍ର ଦାଖଲ କରିଛନ୍ତି। ପାର୍ଥୀପତ୍ର ଦାଖଲ ବେଳେ ଦଳର ହେଭିଓ୍ବେଟ୍‌ ଉପସ୍ଥିତ ଥିଲେ।

ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ ପଟୁଆରରେ ବାହାରିଥିଲେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ। ମା’ଙ୍କ ଆଶୀର୍ବାଦ ନେଇ ଜୟ ଘରୁ ଗୋଡ଼ କାଢିଥିବା ବେଳେ ଗାଡ଼ି ଆଗରେ ଦେଖିବାକୁ ମିଳିଛି ବାପାଙ୍କ ଫଟୋଚିତ୍ର। ଖରିଆର ରୋଡରୁ ଉପଜିଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ବିଶାଳ ରାଲିଲେ ହଜାରହଜାର ଲୋକେ ସାମିଲ ହୋଇଛନ୍ତି। ୧୧ ତାରିଖରେ ଭାଜପାରେ ସାମିଲ ହୋଇଥିଲେ ଜୟ ଢୋଲକିଆ। ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛିି।

Leave a Reply

Your email address will not be published. Required fields are marked *