ପାକିସ୍ତାନ ଓ ତାଲିବାନ ମଧ୍ୟରେ ସଂପର୍କ ଏବେ ଖରାପ

ପାକିସ୍ତାନ ଓ ତାଲିବାନ ମଧ୍ୟରେ ସଂପର୍କ ଏବେ ଖରାପ ହଇଯାଇଛି । ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି, “ଆମେ ସୀମାରେ ସଂଘର୍ଷ ବନ୍ଦ କରିଛୁ। କତର ଏବଂ ସାଉଦି ଆରବର ଅନୁରୋଧ ଏବଂ ମଧ୍ୟସ୍ଥତାରେ ଏହି ନିଷ୍ପତ୍ତି ନିଆଯାଇଛି। ଆମେ ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଚାହୁଁଛୁ।”

ଏହା ପୂର୍ବରୁ ସାଉଦି ଆରବ, କାତାର ଏବଂ ଇରାନ ଏହି ସଂଘର୍ଷ ଉପରେ ଗଭୀର ଚିନ୍ତା ପ୍ରକାଶ କରିଥିଲେ ଏବଂ ଉଭୟ ପକ୍ଷକୁ “ସଂଯମ, ଆଲୋଚନା ଏବଂ ବୁଝାମଣା” ପାଇଁ ନିବେଦନ କରିଥିଲେ। ସାଉଦି ବିଦେଶ ମନ୍ତ୍ରଣାଳୟ କହିଥିଲା, “ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ବିଷୟରେ ଆମେ ଚିନ୍ତିତ। ଉଭୟ ଦେଶ ସଂଯମତା ଅବଲମ୍ବନ କରିବା ଉଚିତ ଏବଂ ଆଲୋଚନା ମାଧ୍ୟମରେ ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବା ଉଚିତ।”

କାବୁଲ ଉପରେ ପାକିସ୍ତାନ ବାୟୁସେନାର ଆକ୍ରମଣର ଜବାବରେ ଶନିବାର ରାତିରେ ପାକିସ୍ତାନ ସୀମାରେ ଜୋରଦାର ଆକ୍ରମଣ କରିଛି ତାଲିବାନ । ଏହି ଆକ୍ରମଣରେ ପ୍ରାୟ ୫୮ ଜଣ ପାକିସ୍ତାନୀ ସୈନିକ ପ୍ରାଣ ହରାଇଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି ବୋଲି ତାଲିବାନ ଦାବି କରୁଛି । ଏହା ସହିତ ତାଲିବାନ ପାକିସ୍ତାନର କେତେକ ସେନା ପୋଷ୍ଟକୁ ଅକ୍ତିଆର କରିନେଇଛି । ଏହି ଘଟଣା ପରେ ପାକିସ୍ତାନ ଓ ତାଲିବାନ ମଧ୍ୟରେ ଏକ ବଡ଼ ସଂଘର୍ଷର ଆଶଙ୍କା ବଢିଯାଇଛି । ତେବେ ଦୁଇ ପ୍ରଭାବଶାଳୀ ମୁସଲିମ ରାଷ୍ଟ୍ର ସାଉଦି ଆରବ ଓ କତରର ହସ୍ତକ୍ଷେପ ପରେ ତାଲିବାନ ଶାନ୍ତ ପଡ଼ିଛି ଓ  ପାକିସ୍ତାନ ଉପରେ ଆକ୍ରମଣ ବନ୍ଦ କରିଛି ।

Leave a Reply

Your email address will not be published. Required fields are marked *