ବିଜେଡିର ଆନ୍ଦୋଳନ ଜୋରଦାର୍ କରିବା ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଜବାବ ରଖିଛନ୍ତି। ସେ କହଛନ୍ତି, ଏ ଆନ୍ଦୋଳନ କରିବା ପାଇଁ କଣ ଆମେ ଅନୁମତି ଦେବୁ | ଯିଏ ଆନ୍ଦୋଳନ କରେ କଣ କୁହେ | ଯିଏ କୁହେ, ସେ କରେନାହେଁ | ନିର୍ବାଚନ ଛଡ଼ା ସେମାନେ କିଛି କରନ୍ତି କି ? ୨୦୨୪ରେ ଲୋକେ ସେମାନଙ୍କ ଅସଲ ଚେହେରା ଚିହ୍ନି ଜବାବ ଦେଲେ |ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି କହିଛନ୍ତି, ଓଡ଼ିଶାବାସୀ ବିପଦରେ ପଡିଲା ବେଳେ ସେମାନେ ଲୋକଙ୍କ କଥା ଚିନ୍ତା କରନ୍ତୁ | ଆଗାମୀ ପଞ୍ଚାୟତ ନିର୍ବାଚନ କଥା ଚିନ୍ତା କରୁଛନ୍ତି, ଚକା ଆଖି ସବୁ ଦେଖୁଛି ଭଗବାନ କେବେ କ୍ଷମା ଦେବେନି | ଯିଏ ପାଣିରେ ବୁଡ଼େ ସିଏ ତଳକୁ ତଳକୁ ଯାଏ | କ୍ଷମତାରୁ ଗଲାପରେ ରାତିରେ ସେମାନଙ୍କୁ ନିଦ ହଉନି | ଏମାନଙ୍କ ଲକ୍ଷ୍ୟ କେବଳ ନିର୍ବାଚନ | ଯେଉଁ ନିର୍ବାଚନ ଦିଶୁନାହିଁ ଏବଂ କ୍ଷମତାକୁ ଫେରିବାର ବି ଦିଶୁନାହିଁ ସେଭଳି ନିର୍ବାଚନ କଥା ଚିନ୍ତା କରୁଛନ୍ତି କରନ୍ତୁ | ରାଜନୀତିରେ ଯିଏ ଯାହା ଦୃଷ୍ଟିକୋଣରେ କାମ କରନ୍ତି, ଯେଉଁମାନେ ନିଜ ଦଳକୁ ସଂଗଠିତ କରି ଆଗାମୀ ନିର୍ବାଚନ ଜିତିବେ ଆପତ୍ତି ନାହିଁ | ଏ ପରିସ୍ଥିତିରେ ଯେଉଁମାନେ ନିଜ ଭବିଷ୍ୟତ କଥା ଚିନ୍ତା କରୁଛନ୍ତି କରନ୍ତୁ। କିନ୍ତୁ ମୁଁ ଓ ଆମ ସରକାର ଓଡ଼ିଶାବାସୀଙ୍କ ସେବାରେ ଅହରହ ଲାଗିପଡ଼ିଛନ୍ତି।








